ଆସ ବୁଲିଯିବା କେନ୍ଦୁଝର ଜିଲ୍ଲାର ଦର୍ଶନୀୟ ସ୍ଥାନ

ଭୁବନେଶ୍ୱର,୨୭/୧୧/୨୦୨୨- ଶୀତ ସାଙ୍ଗକୁ ନୂଆ ବର୍ଷରେ ପର୍ଯ୍ୟଟନ ସ୍ଥାନ ବୁଲିବାର ମଜା ଟିକେ ନିଆରା । ଆଉ ଟିକେ ଫୁରସତ ପାଇଲେ କିଏ ନିଜ ପରିବାର ସହ ତ ଆଉ କିଏ ସାଙ୍ଗମାନଙ୍କ ସହ ବାହାରି ଯାଆନ୍ତି ବଣଭୋଜି ପାଇଁ । କେନ୍ଦୁଝର ଜିଲ୍ଲାରେ ଦେଖିବା ଅନେକ ଦର୍ଶନୀୟ ସ୍ଥାନ ଯାହା ନିଆରା ଅନୁଭୁତି ଦେବା ସହ ଏହାର ପ୍ରାକୃତିକ ପରିବେଶରେ ଆପଣ ମନ୍ତ୍ରମୁଗ୍ଧ ହୋଇଯିବେ । କେନ୍ଦୁଝର ଜିଲ୍ଲାରେ ରହିଛି ଅନେକ ମନୋରମ ସ୍ଥାନ ରହିଛି । ପ୍ରାକୃତିକ ପରିବେଶରେ ବଣଭୋଜି ସାଙ୍ଗକୁ ବୁଲାବୁଲି କରିବା ପାଇଁ ଏଠି ରହିଛି ଅନେକ ପର୍ଯ୍ୟଟନସ୍ଥଳୀ ।
କେନ୍ଦୁଝରରେ ଦେଖିବେ କ’ଣ ?
ବଡଘାଗରା – ଦୁଇ ଶହ ଫୁଟର ଉଚ୍ଚରୁ ଖସୁଛି ପାଣି । ଜିଲ୍ଲାର ସବୁଠାରୁ ଭଲ ପିକନିକ ସ୍ପଟ । କେନ୍ଦୁଝର ଟାଉନ ଠାରୁ ମାତ୍ର ୧୦ କିଲୋମିଟର ଦୂର।
ସାନଘାଗରା – କେନ୍ଦୁଝରର ଟାଉନ ଠାରୁ ମାତ୍ର ଛଅ କିଲୋମିଟର ଦୂରରେ ରହିଛି ସାନଘାଗରା ଜଳପ୍ରପାତ । ଆଖି ଝଲସିବା ଭଳି ଦୃଶ୍ୟ ଦେଖିବାକୁ ପାଇବେ ଏଠି । ତା ସହ ଏଠାକାର ପ୍ରାକୃତିକ ଦୃଶ୍ୟ ଅତ୍ୟନ୍ତ ଆକର୍ଷଣୀୟ ।
ଗୁଣ୍ଡିଚାଘାଗି – ଘଟଗାଁ ଠାରୁ ମାତ୍ର ଅଳ୍ପ ଦୂରରେ ଅବସ୍ଥିତ ଏହି ଛୋଟିଆ ଜଳପ୍ରପାତର । ପିକନିକ ପାଇଁ ଏହି ସ୍ଥାନଟି ସମସ୍ତଙ୍କ ପାଇଁ ଭଲ । ଏଠାକାର ପ୍ରାକୃତିକ ପରିବେଶ ଦେଖିଲେ ଆପଣ ବିଶ୍ୱାସ କରିପାରିବେ ନାହିଁ ।
ହଦଗଡ – ବର୍ଷ ସାରା ଚାଲିଥାଏ ଏଠାରେ ବଣଭୋଜି । ଏହା ହେଉଛି ଶାଳନ୍ଦୀ ନଦୀଉପରେ ଏକ ଡ୍ୟାମ । ପର୍ଯ୍ୟଟନମାନଙ୍କ ପାଇଁ ଏଠାରେ ବଙ୍ଗଳାର ବ୍ୟବସ୍ଥା ରହିଛି । ଏହା ଆନନ୍ଦପୁର ଠାରୁ ମାତ୍ର ୩୫ କିଲୋମିଟର ଦୂର ।
ଭୀମ କୁଣ୍ଡ – କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଡୁମୁରିଆ ଗ୍ରାମ ପଞ୍ଚାୟତ ଘାଟ ବାଲି ଯୋଡ଼ି ଗ୍ରାମରେ ଏହା ଥିବା ବେଳେ ମୟୂରଭଞ୍ଜ ଜିଲ୍ଲା ସୀମାର ବରିଂ ଗ୍ରାମରେ ବୋହି ଯାଇଛି ବୈତରଣୀ। ଆଉ ଏହି ବୈତରଣୀ ଶର୍ୟ୍ୟାରେ ସୃଷ୍ଟି ହୋଇଛି ଭୀମକୁଣ୍ଡ।
ଘଟଗାଁ ମା ତାରିଣୀ – ଘଟଗାଁ ମା ତାରିଣୀପୀଠ ଓଡିଶାର ଏକ ପ୍ରସିଦ୍ଧ ତୀର୍ଥକ୍ଷେତ୍ର । ବର୍ଷସାରା ରାଜ୍ୟ ଏବଂ ରାଜ୍ୟ ବାହାରୁ ଲକ୍ଷ୍ ଲକ୍ଷ୍ ଶ୍ରଦ୍ଧାଳୁ ଭକ୍ତ ଏଠାକୁ ଆସିଥାନ୍ତି । ମା ତାରିଣୀପୀଠ କେନ୍ଦୁଝର ସହର ଠାରୁ ୪୫ କି:ମି ଦୂରରେ ଅବସ୍ଥିତ । ଏହାଛଡା ଆପଣ କେନ୍ଦୁଝରରେ ଚକ୍ରତୀର୍ଥ, ଖଣ୍ଡାଧାର, ଗଡଚଣ୍ଡୀ, ସୀତାବିଞ୍ଜି, କାଞ୍ଜିପାଣି, ରଘୁନାଥଜୀଉ ମଠ ଭଳି ଅନେକ ସୁନ୍ଦର ସ୍ଥାନ ବୁଲି ଦେଖିପାରିବେ ।