ଜୀବନଶୈଳୀ

ନୂଆଖାଇ ପାଇଁ ଲଗ୍ନ ସ୍ଥିରୀକୃତ

ସମ୍ବଲପୁର, ୧୯/୦୮/୨୦୨୨-  ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ ପାଇଁ ଶୁକ୍ରବାର ଲଗ୍ନ ଧାର୍ଯ୍ୟ ହୋଇଛି । ସେପ୍ଟେମ୍ୱର ୧ ତାରିଖରେ ପୂର୍ବାହ୍ଣ ୧୦ ଟା ୫୬ ରୁ ୧୧ ଟା ମଧ୍ୟରେ ମା’ ସମଲେଶ୍ୱରୀଙ୍କ ପାଖରେ ନବାନ୍ନ ଲାଗି ହେବ । ସମ୍ବଲପୁର ବ୍ରହ୍ମପୁରା ମନ୍ଦିର ପରିସରରେ ବ୍ରହ୍ମ ପଣ୍ଡିତ ସଭା ଏହି ଲଗ୍ନ ନିର୍ଦ୍ଧାରଣ କରିଛନ୍ତି । ପ୍ରଥମେ ବିଦ୍ୱାନ ପଣ୍ଡିତ ପହଞ୍ଚି  ବିଷ୍ଣୁ ସହସ୍ର ନାମ ପାଠ ପୂର୍ବକ ସମଲେଶ୍ୱରୀଙ୍କ ରାଶି ନକ୍ଷତ୍ର ଗଣନା କରି ଏହି ଲଗ୍ନ ନିର୍ଦ୍ଧାରଣ କରାଯାଇଛି । ଲଗ୍ନ ପତ୍ରକୁ ବ୍ରହ୍ମପୁରା ମନ୍ଦିର ଟ୍ରଷ୍ଟ କମିଟି ସଦସ୍ୟ ଓ ମନ୍ଦିର ପୂଜକ ଯାଇ ମା’ ସମଲେଇଙ୍କଠାରେ ଲଗ୍ନପତ୍ର ଦେବେ। ସମ୍ବଲପୁରରେ ଥିବା ବ୍ରହ୍ମପୁରା ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁଏହି ଲଗ୍ନ ଧାର୍ଯ୍ୟ କରାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com