ଜୀବନଶୈଳୀ

ବ୍ରହ୍ମପୁର ସହରର ବିଭିନ୍ନ ସ୍ଥାନରେ ଗଜଲକ୍ଷ୍ମୀ ପୂଜା ମହାସମାରୋହରେ ପାଳିତ

ବ୍ରହ୍ମପୁର, ୧୧ /୧୦/୨୦୨୨-    ବ୍ରହ୍ମପୁର ସହରରେ ବିଭିନ୍ନ ସ୍ଥାନରେ କୁମାର ପୂର୍ଣ୍ଣମୀ ଅବସରରେ ଗଜଲକ୍ଷ୍ମୀ ପୂଜା ମହାସମାରୋହରେ ପାଳିତ ହୋଇଯାଇଛି । ସହରର ବିଜିପୁର ଛକ, ଗୋଶାଣିନୁଆଗାଁ, ସାନବଜାର, ବଡବଜାର, ଟାଟାବେଂଜ ଛକ,  ଆମ୍ବପୁଆ, ଆଙ୍କୁଲି, ଗୋଇଲୋଣ୍ଡି, କୋର୍ଟପେଟା ଛକ, ଲାଞ୍ଜିପଲ୍ଲୀ ଲକ୍ଷ୍ମୀ ମନ୍ଦିର, ବସଷ୍ଟାଣ୍ଡ ଆଦି ସହରତଳି ବିଭିନ୍ନ ଗ୍ରାମରେ ଗଜଲଷ୍ମୀଙ୍କ ପୂଜା ପାରମ୍ପରିକ ରୀତିନୀତିରେ ଅନୁଷ୍ଠିତ ହୋଇଯାଇଛି । ଗତ ଦୁଇ ବର୍ଷ କରୋନା ମହାମାରୀ ଯୋଗୁଁ ଗଜଲକ୍ଷ୍ମୀ ପୂଜା ଉତ୍ସବ ଫିକା ପଡି ଯାଇଥିଲା । ଚଳିତ ବର୍ଷ କୌଣସି କଟକଣା ନଥିବାରୁ ମହାଆନନ୍ଦ ଉଲ୍ଲାସରେ ଏହି ଉତ୍ସବ ପାଳିତ ହୋଇଯାଇଛି । ପ୍ରତ୍ୟେକ ପୂଜା ମଣ୍ଡପରେ ଶ୍ରଦ୍ଧାଳୁ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com