ବାଣିଜ୍ୟ

ଉମାକାନ୍ତ ନନ୍ଦଙ୍କ “ମନେଅଛି” ପୁସ୍ତକ ସମୀକ୍ଷା

କାଳଖଣ୍ଡର ଦସ୍ତାବିଜ୍ : ଅର୍ଦ୍ଧଶତାବ୍ଦୀର ଇତିହାସ

ଭୁବନେଶ୍ୱର, ୨୯/୧୧/୨୦୨୨-   ପରିବର୍ତ୍ତିତ ସମାଜ ଏବଂ ସମୟ ଅତ୍ୟାଧୁନିକ ଫେସବୁକ୍ ଟୁଇଟରକୁ ନେଇ ଅଧିକ ପରୀକ୍ଷା ନିରୀକ୍ଷାରେ ମଗ୍ନ । ଏଭଳି ଏକ ତରଳ ଅବସ୍ଥାରେ ପୁସ୍ତକ ତାର ସତ୍ତା ରକ୍ଷା ପାଇଁ ପ୍ରତି ମୁହୂର୍ତ୍ତରେ ସମ୍ମୁଖୀନ ହେଉଛି ନୂଆ ଆହ୍ୱାନର । ଏହା ସତ୍ତ୍ୱେ ମାତୃଭାଷା ଏବଂ ପୁସ୍ତକକୁ ଭଲ ପାଉଥିବା କତୀପୟ ଲେଖକ ନିଜ ଦୃଢ ଇଚ୍ଛାଶକ୍ତି ବଳରେ ବରଂ ନିଜ କଲମ ମୁନକୁ କରି ଚାଲିଛନ୍ତି ଅଧିକ ଶାଣିତ । ଏହି ମର୍ମରେ ବରିଷ୍ଠ ଆଇନଜୀବୀ ଉମାକାନ୍ତ ନନ୍ଦଙ୍କର ନିକଟରେ ଆତ୍ମପ୍ରକାଶ ପାଇଛି ଆତ୍ମଜୀବନୀ “ମନେଅଛି” ।

କଟକ ତିରୁପତି ପ୍ରଣ୍ଟର୍ସ ଦ୍ୱାରା ପ୍ରକାଶିତ ୯୪୮ ପୃଷ୍ଠାର ବୃହତ କଳେବର ବିଶିଷ୍ଟ ଏହି ଆତ୍ମ ଜୀବନୀର ଦର ମାତ୍ର ୧୫୦ ଟଙ୍କା ରଖାଯାଇଛି । ଲେଖକ ଉମାକାନ୍ତ ତାଙ୍କର ଆତ୍ମଜୀବନୀ ପୁସ୍ତକରେ ଛୋଟ ବୟସରୁ ହେତୁ ପାଇବା ଦିନରୁ ଆଜି ଅଶତିପର ବୟସରେ , ଅଙ୍ଗେନିଭା ଅନୁଭୂତିକୁ ଅତି ସରଳ ଏବଂ ଶାବଲୀଳ ଭାଷାରେ ଉପସ୍ଥାପନ କରିଛନ୍ତି । ପାଠକୀୟ ଆଦୃତି ସହ ବୋଧଗମ୍ୟ ହେବା ଭଳି ଏହାର ନାମ ସେହିମତେ ଯେପରି “ମନେଅଛି” ଦେଇଛନ୍ତି, ତାହା ଖୁବ୍ ଆକର୍ଷଣୀୟ ହୋଇଛି । କଳେବର ଦୃଷ୍ଟିରୁ ଏତେ ବିଶାଳ ଆତ୍ମଜୀବନୀ ପୁସ୍ତକ – ଓଡ଼ିଶା ଆତ୍ମଜୀବନୀ ପୁସ୍ତକ ଇତିହାସରେ ସମ୍ଭବତଃ ପ୍ରଥମ । ପୁସ୍ତକର ବିଷୟବସ୍ତୁ ମଧ୍ୟକୁ ପ୍ରବେଶ ପୂର୍ବରୁ ଲେଖକ “ମନର କିଛି କଥା, ପ୍ରାଣର କିଛି ବ୍ୟଥା” ଶୀର୍ଷକରେ ଆତ୍ମଜୀବନୀ ଲେଖିବାର ଅଭିପ୍ରାୟ ଉଲ୍ଲେଖ କରିଛନ୍ତି । ନିଜ ସମୟ ଏବଂ ଆଜିର ସମାଜର ପରିବର୍ତ୍ତନକୁ ଦେଖି ସତେ ଯେମିତି ଉମାକାନ୍ତଙ୍କ ପ୍ରାଣ କାନ୍ଦି ଉଠୁଛି । କିପରି ଏକ ଭଲ ସମାଜ ଗଠନ ହୋଇପାରିବ – ଶୁଦ୍ଧ ଅନ୍ତକରଣରେ ଏହି ଆତ୍ମଜୀବନୀ ଜରିଆରେ ବାଟ ଦେଖାଇବାକୁ ପ୍ରଚେଷ୍ଟା କରିଛନ୍ତି ।

ଏହି ମର୍ମରେ କଣ ହେବା କଥା ରାଜନେତା, ପ୍ରଶାସନିକ ଅଧିକାରୀ, ଆଦିଙ୍କର କର୍ତ୍ତବ୍ୟ -ଆଙ୍ଗେନିଭା ଅନୁଭୂତି ଆଧାରିତ ଉଦାହରଣର ଅବଲୋକନ କରିଛନ୍ତି । ସେହିଭଳି ଓଡ଼ିଶାର ଅସ୍ମିତା, ଗୌରବମୟ ଗାଥା ଆଦି କିପରି ବାହାରେ ଅନୁସରଣ କରାଯାଇଛି ସେସବୁ ପ୍ରାଞ୍ଜାଳ ଭାବେ ପୁସ୍ତକରେ ସ୍ଥାନ ପାଇଛି । ଲେଖକ ସବୁଠୁ ଚିନ୍ତିତ ହୋଇ ପଡିଛନ୍ତି ଭବିଷ୍ୟତ ପିଢ଼ି ପାଇଁ । ଐତିହାସିକ ତଥ୍ୟ ଜରିଆରେ ହେଉ କି ପୌରାଣିକ ଗାଥା , ସାମାଜିକ ଚଳଣି, ଭ୍ରମଣ ବୃତ୍ତାନ୍ତ, ପୁରାତନ ଶିକ୍ଷା ବ୍ୟବସ୍ଥା ଆଦି ଜରିଆରେ ଏକ ଭିନ୍ନ ବାର୍ତ୍ତା ଦେଇଛନ୍ତି ଯାହା ହୋଇଛି ଖୁବ୍ ଶିକ୍ଷଣୀୟ । ମାଟିର ମମତା, ଅତି ସାଧାରଣ ଲୋକଙ୍କ ଗାଥା, ସାମାଜିକ ଘଟଣାବଳୀର ଆଦିର ନିଖୁଣ ଚିତ୍ରଣ ଜରିଆରେ ୭୦ ବର୍ଷର ଇତିହାସକୁ ନିଜ କଲମ ମୁନରେ ଯେଭଳି ଭାଷାର ରୂପ ଦେଇଛନ୍ତି- ଏହା ଆତ୍ମଜୀବନୀ ଉର୍ଦ୍ଧ୍ୱରେ ସମ ସାମୟିକ ସମାଜର ପ୍ରକୃତ ଦସ୍ତାବିଜ ହୋଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com