ଜୀବନଶୈଳୀ
ଭୁବନେଶ୍ୱରରେ ପହଞ୍ଚିଲେ ଭାରତୀୟ ହକି ଦଳ
![](https://i0.wp.com/odia.mobilenews24x7.com/wp-content/uploads/2022/12/hockey-wc-23-india-squad-e1671794328492.jpg?resize=532%2C318&ssl=1)
ଭୁବନେଶ୍ୱର, ୨୭/୧୨/୨୦୨୨- ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଲେ ଭାରତୀୟ ହକି ଦଳ । ଏହାପରେ ସେଠାରେ ତାଙ୍କୁ ଭଗ୍ୟ ସ୍ୱାଗତ କରାଯାଇଛି । ହକି ବିଶ୍ୱକପ୍ ପାଇଁ ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ ହକି ଖେଳାଳି ଭୁବନେଶ୍ୱରରେ ପହଞ୍ଚିଛନ୍ତି । ଏହି ଭାରତୀୟ ହକି ଦଳରେ ୨ ଜଣ ଓଡିଆ ଖେଳାଳି ରୋହିଦାସ ଏବଂ ନିଲମ ଖଏସ୍ ମଧ୍ୟ ସାମିଲ ଅଛନ୍ତି । ଭୁବନେଶ୍ୱରରୁ ଆଜି ସଂନ୍ଧ୍ୟାରେ ସେମାନେ ରାଉଲକେଲା ଅଭିମୁଖେ ଯାତ୍ରା କରିବେ । ଏନେଇ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବନ୍ଦୋବସ୍ତ କରାଯାଇଛି ।