![](https://i0.wp.com/odia.mobilenews24x7.com/wp-content/uploads/2023/01/WhatsApp-Image-2023-01-01-at-2.06.24-PM-450x300-1.jpeg?resize=450%2C300&ssl=1)
ଭୁବନେଶ୍ୱର: ଜାନୁଆରୀ ୨୦୨୩ ରେ ଚତୁର୍ଥ ଶନିବାର ବ୍ୟତୀତ ସବୁ ସରକାରୀ ଛୁଟିରେ ଲୋକସେବା ଭବନ ଉଦ୍ୟାନ ସର୍ବସାଧାରଣଙ୍କ ପାଇଁ ଖୋଲା ରହିବ। ଚଳିତ ମାସରେ ରବିବାର ,ଦ୍ୱିତୀୟ ଶନିବାର ଓ ଅନ୍ୟ ଛୁଟିକୁ ମିଶାଇ ମୋଟ ୮ ଟି ଛୁଟିରେ ଅପରାହ୍ନ ୪ ଟାରୁ ୬ ଟା ପର୍ଯ୍ୟନ୍ତ ଜନସାଧାରଣ ଲୋକସେବା ଭବନର ପୁଷ୍ପ ଉଦ୍ୟାନ ବୁଲି ଦେଖି ପାରିବେ ।
ଏହି ଉଦ୍ୟାନ ବର୍ତ୍ତମାନ ବିଭିନ୍ନ କିସମର ଫୁଲରେ ସଜେଇ ହୋଇ ଅତ୍ୟନ୍ତ ମନୋରମ ପରିବେଶ ସୃଷ୍ଟି କରିଛି ।
ଲୋକସେବା ଭବନର ପୁଷ୍ପ ଉଦ୍ୟାନ ବୁଲି ଦେଖି ପାରିବେ ଜନସାଧାରଣ,କେବଳ ସପ୍ତାହର ଏହି ଦିନରେ