ବିଜ୍ଞାନ ଓ ପ୍ରଯୁକ୍ତି
ସୁନ୍ଦରଗଡ଼ର ୧୭ଟି ସ୍ଥାନରେ ଦିଆଯାଉଛି ହକି ତାଲିମ
ଭୁବନେଶ୍ୱର, ୧୬/୦୧/୨୦୨୩ – ରାଜ୍ୟ ସରକାରଙ୍କ ପକ୍ଷରୁ ସୁନ୍ଦରଗଡ଼ ଜିଲ୍ଲାର ୧୭ଟି ସ୍ଥାନରେ ୧୭ଟି ହକି ଟ୍ରେନିଂ ସେଣ୍ଟର ତଥା ଆଷ୍ଟ୍ରୋ ଟର୍ଫ ଷ୍ଟାଡିୟମ୍ ନିର୍ମାଣ କରାଯାଇଛି । ଜିଲ୍ଲାର ୧୭ଟି ବ୍ଲକରେ ଏହିସବୁ ଟ୍ରେନିଂ ସେଣ୍ଟର ତଥା ଷ୍ଟାଡିୟମ୍ ନିର୍ମାଣ ହୋଇଛି । ଟ୍ରେନିଂ ସେଣ୍ଟରରେ ବରିଷ୍ଠ ହକି କୋଚଙ୍କ ଜରିଆରେ ତାଲିମ ପ୍ରଦାନ ବ୍ୟବସ୍ଥା ହୋଇଛି । ଆଷ୍ଟ୍ରୋ ଟର୍ଫ ଲଗାଯାଇ ଜିମର ସୁବିଧା କରାଯାଇଛି ।
ଗ୍ରାମାଞ୍ଚଳର ପ୍ରତିଭାବାନ ହକି ଖେଳାଳିଙ୍କୁ ହକି ଟ୍ରେନିଂ ସେଣ୍ଟର ଜରିଆରେ ତାଲିମ ପ୍ରଦାନ କରାଯାଇ ଅନ୍ତର୍ଜାତୀୟ ସ୍ତରର ହକି ଖେଳାଳି ସୃଷ୍ଟି କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । ଏପରି ବ୍ୟବସ୍ଥା କରିଥିବାରୁ ହକି ଇଣ୍ଡିଆ ସଭାପତି ଦିଲ୍ଲୀପ ତିର୍କୀଙ୍କ ସହ ଅନ୍ତର୍ଜାତୀୟ ହକି ଖେଳାଳି, ଅଲିମ୍ପିଆନ ହକି ଖେଳାଳି ଏବଂ ସୁନ୍ଦରଗଡ଼ବାସୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି ।