Featuredଅନ୍ତର୍ଜାତୀୟ
ପାକିସ୍ତାନ ଦ୍ୱାରା ପଠାଯାଇଥିବା ରିଲିଫ ସାମଗ୍ରୀକୁ ଫେରାଇ ଦେଲା ତୁର୍କି

ପାକିସ୍ତାନ ଦ୍ୱାରା ତୁର୍କିକୁ ପଠାଯାଇଥିବା ରିଲିଫ ସାମଗ୍ରୀକୁ ଫେରାଇ ଦେଇଛି ତୁର୍କି । ପାକିସ୍ତାନ ଏବେ ଭୟଙ୍କର ଆର୍ଥିକ ସଙ୍କଟ ତଥା ଦେବାଳିଆ ପରିସ୍ଥିତି ଦେଇ ଗତି କରୁଛି । ଆଉ ଏହାରି ଭିତରେ ଆଉ ଏକ ଲଜ୍ଜାଜନକ ପରିସ୍ଥିତିର ସାମନା କରିଛି । ଗତବର୍ଷ ପାକିସ୍ତାନରେ ଘଟିଥିବା ପ୍ରଳୟଙ୍କାରୀ ବନ୍ୟା ସମୟରେ ଏହି ରିଲିଫ ସାମଗ୍ରୀକୁ ତୁର୍କି ପାକ୍ କୁ ପଠାଇଥିଲା ।
କିନ୍ତୁ ପାକ୍ ତାକୁ ବ୍ୟବହାର ନକରି ସାଇତି ରଖିଥିଲା । ଆଉ ବର୍ତମାନ ତୁର୍କି ସାମନା କରୁଥିବା ବିପର୍ୟ୍ୟୟ ସମୟରେ ପାକ୍ ସେହି ସମାନ ସାମଗ୍ରୀ ସହ ପୁରୁଣା କଭର କାଢି ନୁଆ କଭର ପକାଇ ତୁର୍କିକୁ ପଠାଇଛି । କିନ୍ତୁ ଭିତରେ ଥିବା କଭରକୁ ବାହାର କରିବାକୁ ଭୁଲିଯାଇଥିଲା ପାକିସ୍ତାନ । ଏହାକୁ ନେଇ କଡା ସମାଲୋଚନାର ଶିକାର ହୋଇଛନ୍ତି ଶେହବାଜ୍ ସରକାର ।