କ୍ରୀଡ଼ା

ଏ ହେଉଛନ୍ତି ଦିନିକିଆରେ ଦ୍ରୁତତମ ଶତକ ହାସଲ କରିଥିବା ଟପ -୫ ଖେଳାଳିଙ୍କ ତାଲିକା

ଭୁବନେଶ୍ୱର: ODI କ୍ରିକେଟ୍ ରେ, ୟୁଏଇର ଜଣେ ବ୍ୟାଟ୍ସମ୍ୟାନ୍ ୪୧ ବଲରେ ଶତକ ହାସଲ କରି ଶୀର୍ଷ -୫ ତାଲିକାରେ ପ୍ରବେଶ କରିଛନ୍ତି । ଆସନ୍ତୁ ଜାଣିବା ପାଞ୍ଚ ଖେଳାଳିଙ୍କ ତାଲିକା ଯେଉଁମାନେ ଏହି ଫର୍ମାଟରେ ଦ୍ରୁତତମ ଶତକ କରିଛନ୍ତି: –

ମାର୍କ ବଚର୍ – ଦକ୍ଷିଣ ଆଫ୍ରିକାର ପୂର୍ବତନ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ମାର୍କ ବଚର୍ ଜିମ୍ବାୱେ ବିପକ୍ଷରେ ୪୪ ବଲରେ ଶତକ ହାସଲ କରିଥିଲେ। ସେ ଏହି ତାଲିକାରେ ପଞ୍ଚମ ସ୍ଥାନରେ ଅଛନ୍ତି।

ଆସିଫ ଖାନ- ୟୁଏଇ ବ୍ୟାଟ୍ସମ୍ୟାନ୍ ଆସିଫ ଖାନ ODI ବିଶ୍ୱକପ ୨୦୨୩ ଯୋଗ୍ୟତା ପର୍ଯ୍ୟାୟରେ ନେପାଳ ବିପକ୍ଷରେ ୪୧ ବଲରେ ଶତକ ମାରିଥିଲେ।

ଶାହିଦ୍ ଆଫ୍ରିଦି- ପାକିସ୍ତାନର ପୂର୍ବତନ ଅଧିନାୟକ ଶାହିଦ୍ ଆଫ୍ରିଦିଙ୍କ ଏହି ରେକର୍ଡ ବର୍ଷ ବର୍ଷ ଧରି ଚାଲିଥିଲା। ସେ ଶ୍ରୀଲଙ୍କା ବିପକ୍ଷରେ ୩୭ ବଲରେ ଶତକ ହାସଲ କରିଥିଲେ।

ନ୍ୟୁଜିଲ୍ୟାଣ୍ଡର କୋରି ଆଣ୍ଡରସନ୍- ୱେଷ୍ଟଇଣ୍ଡିଜ୍ ବିପକ୍ଷ ୩୬ ବଲରେ ODI କ୍ରିକେଟ୍ ରେ ଶତକ ହାସଲ କରି ନ୍ୟୁଜିଲ୍ୟାଣ୍ଡର କୋରି ଆଣ୍ଡରସନ୍ ଶାହିଦ୍ ଆଫ୍ରିଦିଙ୍କ ପୁରୁଣା ରେକର୍ଡ ଭାଙ୍ଗିଛନ୍ତି।

ଏବି ଡି ଭିଲିୟର୍ସ – ଦକ୍ଷିଣ ଆଫ୍ରିକାର ତାରକା ଖେଳାଳି ଏବି ଡି ଭିଲିୟର୍ସ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ମାତ୍ର ୩୧ ବଲରେ ଶତକ ହାସଲ କରିଥିଲେ। ODI କ୍ରିକେଟ୍ ରେ ଏହା ହେଉଛି ବିଶ୍ୱ ରେକର୍ଡ।

 

Related Articles

Back to top button
WP Twitter Auto Publish Powered By : XYZScripts.com