ଅନ୍ୟାନ୍ୟ

ବାଲିରେ ଶ୍ରୀରାମଙ୍କ ମୂର୍ତ୍ତି ତିଆରିକଲେ ସୁଦର୍ଶନ ପଟ୍ଟନାୟକ

 ପୁରୀ, ୩୦/୦୩/୨୦୨୩ –   ଆଜି ହେଉଛି ମର୍ଯ୍ୟାଦା ପୁରୁଷ ପ୍ରଭୁ ଶ୍ରୀରାମଙ୍କ ଜନ୍ମଦିନ । ପବିତ୍ର ରାମ ନବମୀକୁ ନେଇ ସାରା ଦେଶ ଉତ୍ସାବ ମୁଖର । ଏହାକୁ ପାଳନ କରିବା ପାଇଁ ବିଭିନ୍ନ ଅନୁଷ୍ଠାନ ସମେତ ରାମ ମନ୍ଦିର ଗୁଡିକରେ  ବ୍ୟାପକ ପ୍ରସ୍ତୁତି  କରାଯାଇଛି ।

ଏହି ଅବସରରେ ବାଲୁକା ଚିତ୍ରକଳା ମାଧ୍ୟମରେ ପବିତ୍ର ରାମ ନବମୀ ଶୁଭେଛା ଦେଇଛନ୍ତି ବାଲୁକା ଚିତ୍ର ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ପୁରୀ ନିଳାଦ୍ରୀ ସମୁଦ୍ରକୂଳରେ ଏକ ସୁନ୍ଦର ବାଲୁକା ଚିତ୍ର କରିଛନ୍ତି ସୁଦର୍ଶନ। ଏହି ବାଲୁକା ଚିତ୍ରରେ ପ୍ରଭୁ ରାମଙ୍କ ପ୍ରତିକୃତି ସେ ତିଆରି କରିଛନ୍ତି । ଏହି ସୁନ୍ଦର ଚିତ୍ରକଳାକୁ ଦେଖିବାକୁ ଶହ ଶହ ପର୍ଯ୍ୟଟକଙ୍କ ଭିଡ ଲାଗିରହିଛି । ସେହିପରି ଗୁରୁବାର ରାମ ନବମୀ ଅବସରରେ ଶ୍ରୀମନ୍ଦିରରେ ସ୍ଵତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବ ।

Related Articles

Back to top button