ଅନ୍ୟାନ୍ୟ
ଶିମିଳିପାଳରେ ପୁଣି ହାତୀ ଶିକାର

ଭୁବନେଶ୍ୱର, ୦୧/୦୫/୨୦୨୩ – ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଦକ୍ଷିଣ ବନପ୍ରାଣୀ ବନଖଣ୍ଡର ଧୁଡରୁଚମ୍ପା ରେଞ୍ଜର ନେଙ୍କଡାନଚା ବିଟରେ ଦନ୍ତାହାତୀ ଶିକାର । ଖବର ପାଇ ଭୁବନେଶ୍ୱର PCCFଙ୍କ କାର୍ଯ୍ୟାଳୟରୁ DCF ଯୁଗ୍ମ ଟାସ୍କଫୋର୍ସ ସହିତ ଘଟଣା ସ୍ଥଳକୁ ଯାଇଛନ୍ତି । ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ନିର୍ଦେଶକ ତଥା ଆଞ୍ଚଳିକ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ଡ ପ୍ରକାଶ ଚାନ୍ଦ ଗୋଗେନାନୀ ଏବଂ ତାଙ୍କ ସହକର୍ମୀମାନେ ମଧ୍ୟ ଟାସ୍କଫୋର୍ସ ସହିତ ଯାଇଛନ୍ତି ।
ଗତ ୨ ସପ୍ତାହ ତଳେ ବିଭାଗ ପକ୍ଷରୁ ୪ଟି ହାତୀଦାନ୍ତ ଜବତ ସହିତ ଜଣେ ଶିକାରୀକୁ ଗିରଫ କରିଥିଲେ । ତେବେ ଘଟଣାରେ ଜଡ଼ିତ ଅନ୍ୟ ୩ଶିକାରୀ ଅଦ୍ୟାବଧି ଫେରାର ରହିଛନ୍ତି । କର୍ମଚାରୀଙ୍କ ପକ୍ଷରୁ ଅନୁଧ୍ୟାନ କରାଯିବା ପରେ ଘଟଣାର ରହସ୍ୟ ଜଣାପଡିବ କୁହାଯାଇଛି ।