Featuredଜାତୀୟଜୀବନଶୈଳୀଭାଇରାଲ୍ ଭିଡିଓ

ଖରା ଦାଉରୁ ରକ୍ଷା ପାଇବା ପାଇଁ ଅଭିନବ ଉପାୟ, ପଢ଼ନ୍ତୁ ପୂରା ଖବର

ମୋବାଇଲ୍‌ ନ୍ୟୁଜ୍‌ ବ୍ୟୁରୋ: ପ୍ରବଳ ଖରାରେ ଡହଳ ବିକଳ ହେଉଛି ଜନଜୀବନ । ବାହାରକୁ ବାହାରିବା ପାଇଁ ଡର ଲାଗୁଛି । ଫଳରେ ଉତ୍ତପରୁ ରକ୍ଷା ପାଇବା ପାଇଁ ଲୋକମାନେ ଆପଣାଉଛନ୍ତି ନୂଆ ନୂଆ ତରିକା । କିଏ ଗାଡିରେ ଗୋବର ବୋଳିଲାଣି ତ ଆଉ କିଏ ଗାଡିର ଛାତ ଉପରେ ଘାସ ଲଗାଉଛନ୍ତି । ଲୋକମାନଙ୍କର ଏମିତି ଅଭିନବ ଉପାୟ ବା ଦେଶୀ ଜୁଗାଡ଼କୁ ନେଇ ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଲୋକମାନେ ପ୍ରବଳ ଖରାରୁ ବଞ୍ଚିବାର ଭିନ୍ନ ତରିକା ଆପଣେଇଥିବା ଦେଖିବାକୁ ମିଳିଛି । ଠିକ୍ ସେମିତି ଏକ ଭିଡିଓ ଆମେ ଏଠାରେ ଦେଖାଇବୁ ।

ଭିଡିଓରେ ଥିବା ବ୍ୟକ୍ତିମାନଙ୍କର ଖରାରୁ ରକ୍ଷା ପାଇବା ପାଇଁ ଦେଶୀ କୌଶଳକୁ ଆପଣ ପ୍ରଶଂସା ନକରି ରହିପାରିବେନି । ନିମ୍ନରେ ଥିବା ଭିଡିଓ ଦେଖନ୍ତୁ। ଭିଡିଓଟିରେ ଜଣେ ଅଟୋ ଡ୍ରାଇଭର ଖରାରୁ ନିଜକୁ ଏବଂ ଯାତ୍ରୀମାନଙ୍କୁ ରକ୍ଷା କରିବା ପାଇଁ ଗାଡିରେ କୁଲର୍ ଫିଟ କରିଛନ୍ତି । ଅଟୋର ପଛଭାଗରେ ଲାଗିଛି କୁଲର୍ । ଅଟୋ ବାଲାଙ୍କ ଏହି ଅଭିନବ ଶୈଳୀର ଭିଡିଓ ଇଣ୍ଟରନେଟରେ ଏବେ ଭାଇରାଲ ହେବାରେ ଲାଗିଛି । ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଜଣେ ୟୁଜର୍ସ ଏହି ଭିଡିଓ ଶେଆର କରିଥିବା ବେଳେ ୩ ଲକ୍ଷରୁ ଅଧିକ ଲୋକ ଏହାକୁ ଲାଇକ କରିଛନ୍ତି । ଏହି ଭିଡିଓରେ ଅନେକ ୟୁଜର୍ସ କମେଣ୍ଟ ଦେଇଛନ୍ତି ଯେ ଖରା ଦିନେ ମଧ୍ୟ ଥଣ୍ଡାର ଅନୁଭବ । ସେହିପରି ଅନ୍ୟ ଜଣେ ଲେଖିଛନ୍ତି- ଯାହା ହେଉ, ଭାଇ ଲୋକଙ୍କ ବିଷୟରେ ଚିନ୍ତା କରିଛନ୍ତି ।

ସେହିପରି ଇନଷ୍ଟାଗ୍ରାମରେ ଭାଇରାଲ ହେଉଥିବା ଆଉ ଏକ ଭିଡିଓରେ ଜଣେ ବ୍ୟକ୍ତି ବିଛଣାରେ ଶୋଇଛନ୍ତି । ଏବଂ ବହୁତ ଖୁସିରେ ଶୋଇରହି ମୋବାଇଲ ଫୋନ ବ୍ୟବହାର କରୁଛନ୍ତି । କିନ୍ତୁ ଏହି ଭିଡିଓରେ ସବୁଠୁ ଆଶ୍ଚର୍ଯ୍ୟ କଲାଭଳି କଥା ହେଉଛି ବ୍ୟକ୍ତି ଜଣକ ଏକ ପଲିଥିନ ଭିତରେ ପଡିଥିବାର ଦେଖାଯାଉଛନ୍ତି । ଏବଂ ସେହି ପଲିଥିନକୁ ଏକ ଷ୍ଟାଣ୍ଡ ଫ୍ୟାନ ସହ ସଂଲଗ୍ନ କରିଛନ୍ତି । ଯାହା ଏକ ଟନେଲ ଭଳି ଦେଖାଯାଉଛି । ବ୍ୟକ୍ତିଙ୍କର ଏହି କାରନାମା ଦେଖି ଅନେକ ଆଶ୍ଚର୍ଯ୍ୟ ହୋଇଥିବା ବେଳେ କେତେକ ବ୍ୟକ୍ତି ଏହାକୁ ହସ ମଜାରେ ଉଡେଇଦେଇଛନ୍ତି । ଜଣେ ୟୁଜର୍ସ ଲେଖିଛନ୍ତି ଫ୍ୟାନ ବନ୍ଦ ହେବା ମାତ୍ରେ ସିଧା ପ୍ରଭୁଙ୍କ ଦର୍ଶନ ମିଳିବ । ସେହିପରି ଅନ୍ୟ ଜଣେ ଲେଖିଛନ୍ତି ଏହା ବିପଜ୍ଜନକ ହୋଇପାରେ । ସେଯାହା ବି ହେଉ ଏଭଳି ନୂଆ ନୂଆ କୌଶଳ ବା ଦେଶୀ ଜୁଗାଡ଼ ଦେଖି ଆପଣ କଣ ଭାବୁଛନ୍ତି . . . ସେମିତି କିଛି ନୂଆ ଉପାୟ ବାହାର କରିବେ କି!

Related Articles

Back to top button
WP Twitter Auto Publish Powered By : XYZScripts.com