Breaking NewsFeaturedଓଡ଼ିଶାଜାତୀୟ

ଆରବ ସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି; ମୌସୁମୀ ଓଡ଼ିଶା ଛୁଇଁବାରେ ହେବ ବିଳମ୍ବ!

ମୋବାଇଲ୍‌ ନ୍ୟୁଜ୍‌ ବ୍ୟୁରୋ: ଲୁଚକାଳି ଖେଳୁଛି ମୌସୁମୀ। ମେ ୧୦ରେ ମୌସୁମୀ ଓଡ଼ିଶା ଛୁଇଁବାକୁ ଥିବାବେଳେ ଏବେ ଏହା ଆସିବା ପାଇଁ ବିଳମ୍ବ କରିବ । କାରଣ ଆରବ ସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବାରୁ ମୌସୁମୀ ଓଡ଼ିଶା ଛୁଇଁବାରେ ବିଳମ୍ବ ହୋଇପାରେ। ବର୍ତ୍ତମାନ ଦକ୍ଷିଣ ଆରବ ସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ ଥିବା ବେଳେ ବାୟୁମଣ୍ଡଳରେ ୨.୧ କିମି ପର୍ଯ୍ୟନ୍ତ ପଶ୍ଚିମ ବାୟୁ ପରିବ୍ୟାପ୍ତ ହୋଇ ରହିଛି। ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ସମାନ ଅଞ୍ଚଳରେ ଏକ ନିମ୍ନ ଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ପ୍ରାୟ ଉତ୍ତର ଦିଗକୁ ଗତି କରିବ। ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ଦକ୍ଷିଣ ପୂର୍ବ ଏବଂ ସଂଲଗ୍ନ ପୂର୍ବ ଆରବ ସାଗର ଉପରେ ଏକ ଅବପାତରେ ପରିଣତ ହେବ । ଏହି ଅଞ୍ଚଳରେ ଥିବା ମେଘଖଣ୍ଡ ସମୂହ ଧୀରେ ଧୀରେ ଏକତ୍ରିତ ହେଉଛି । ମେଘଖଣ୍ଡର ଏକତ୍ରିକରଣ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁକୁ ସକ୍ରିୟ ହେବା ତଥା ଅଗ୍ରଗତି ହେବାକୁ ସହାୟକ ହେଉଛି । ଫଳରେ କେରଳ ଆକାଶରେ ବାଦଲ ଆଚ୍ଛାଦନ କମିଥିବା ଦେଖିବାକୁ କମିଛି। ଏହି ଘୂର୍ଣ୍ଣିବଳୟ କ୍ରମେ ଲଘୁଚାପ ଓ ପରେ ଅବପାତରେ ପରିଣତ ହୋଇପାରେ। ଲଘୁଚାପ ପ୍ରଭାବରେ କେରଳ ଆଡକୁ ମୌସୁମୀର ଅଗ୍ରସରକୁ ପ୍ରଭାବିତ କରିପାରେ।

ଅନ୍ୟପଟେ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଅସହ୍ୟ ତାତି ସାଙ୍ଗକୁ କଲବଲ କରୁଛି ଗୁଳୁଗୁଳି । ବର୍ତ୍ତମାନ ପାଗରେ କୌଣସି ପରିବର୍ତ୍ତନ ନଥିବା ବେଳେ ଜୁନ ୧୧ ପରେ ପାଗ ବଦଳି ପାରେ । ସେହିପରି ବାୟୁ ମଣ୍ଡଳରେ ୧.୫ କିମି ପର୍ଯ୍ୟନ୍ତ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହା ସହ ଦୁଇଟି ନିମ୍ନ ଚାପରେଖା ବାୟୁମଣ୍ଡଳରେ ରହିଛି । ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟାରେ ଦକ୍ଷିଣ ଓଡ଼ିଶା ସମେତ ଉପକୂଳ ଓଡିଶାର କିଛି ଅଞ୍ଚଳରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି । ଏନେଇ ୨୩ଟି ଜିଲ୍ଲାକୁ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି । ସେହିପରି ରାଜ୍ୟର ଗୋଟିଏ କି ଦୁଇଟି ସ୍ଥାନରେ କୁଆପଥର ବର୍ଷା ହେବାର ସମ୍ଭାବନା ରହିଛି । ତେବେ ବର୍ଷା ସମୟରେ ପବନର ବେଗ ୪୦ରୁ ୫୦ କିମି ମଧ୍ୟରେ ରହିବ।

Related Articles

Back to top button
WP Twitter Auto Publish Powered By : XYZScripts.com