ଅନ୍ୟାନ୍ୟ
ସୋମବାର ଠାରୁ ବର୍ଷା

ରାଜ୍ୟରେ ଆସନ୍ତା ୨ ଦିନ ମଧ୍ୟରେ ଅର୍ଥାତ ସୋମବାର ଠାରୁ ବର୍ଷା ହେବାର ସମ୍ଭାବନା ରହିଛି । ଏ ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି । ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି ବୋଲି କୁହାଯାଉଛି ।
ଫଳରେ ଆସନ୍ତା ୨୦ ଓ ୨୧ ତାରିଖରେ କିଛି କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ଆଶଙ୍କା କରାଯାଉଛି । ତେବେ ବର୍ଷା କାରଣରୁ ଆଗାମୀ ୩ ରୁ ୪ ଦିନ ଯାଏ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବନାହିଁ ।