ଓଡ଼ିଶା
ରାଜ୍ୟ ସରକାର ସବୁବେଳେ ଦୁର୍ନୀତି ପ୍ରତି ଶୂନ ସହନଶୀଳତା ଆଭିମୁଖ୍ୟ ପ୍ରଦର୍ଶନ କରି ଆସିଛନ୍ତି

ରାଜ୍ୟ ସରକାର ସବୁବେଳେ ଦୁର୍ନୀତି ପ୍ରତି ଶୂନ ସହନଶୀଳତା ଆଭିମୁଖ୍ୟ ପ୍ରଦର୍ଶନ କରି ଆସିଛନ୍ତି। ଏଯାବତ୍ ପ୍ରାୟ ୨୦୦ରୁ ଊର୍ଦ୍ଧ୍ବ ସରକାରୀ ଅଧିକାରୀ ବହିଷ୍କୃତ ହୋଇ ସାରିଲେଣି।
ଏହିକ୍ରମରେ ଦୁର୍ନୀତି ଅଭିଯୋଗରେ ଭିଜିଲାନ୍ସ କୋର୍ଟ ଦ୍ୱାରା ଦଣ୍ଡିତ, କାର୍ଯ୍ୟରେ ଖିଲାପ ଏବଂ ଗୁରୁତର ଅସଦାଚରଣ ଅଭିଯୋଗରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ୫ ଅଧିକାରୀ ଓ କର୍ମଚାରୀଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଛି। ଏନେଇ ବିଭାଗ ପକ୍ଷରୁ ସବିଶେଷ ସୂଚନା ପ୍ରଦାନ କରାଯାଇଛି।