ଜାତୀୟ
ଭାରତର ଜାତୀୟ ଅର୍ଥନୈତିକ ଅଭିବୃଦ୍ଧିକୁ ନେଇ ପ୍ରମୁଖ ରେଟିଂ ଏଜେନ୍ସି ‘କ୍ରିସିଲ’ ବଡ଼ ଅାକଳନ କରିଛି
ଭାରତର ଜାତୀୟ ଅର୍ଥନୈତିକ ଅଭିବୃଦ୍ଧିକୁ ନେଇ ପ୍ରମୁଖ ରେଟିଂ ଏଜେନ୍ସି ‘କ୍ରିସିଲ’ ବଡ଼ ଅାକଳନ କରିଛି। ଚଳିତ ଆର୍ଥିକ ବର୍ଷ(୨୦୨୩-୨୪)ରେ ଜାତୀୟ ଅଭିବୃଦ୍ଧି ହାର ସର୍ବାଧିକ ଭାବେ ୭.୩ ପ୍ରତିଶତ ରହିବ ବୋଲି ଏହି ସଂସ୍ଥା ଆକଳନ କରିଛି।
ତେବେ ଆସନ୍ତା ଆର୍ଥିକ ବର୍ଷ(୨୦୨୪-୨୫)ରେ ଏହି ହାର ରେ ସାମାନ୍ୟ ପରିବର୍ତ୍ତନ ଘଟିବା ସହିତ ଅଭିବୃଦ୍ଧି ୬.୪ ପ୍ରତିଶତ ରହିବ। ଏହିକ୍ରମରେ ଚଳିତ ଦଶନ୍ଧି ଶେଷ ଅର୍ଥାତ୍ ୨୦୩୧ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ଭାରତର ହାରାହାରି ଅଭିବୃଦ୍ଧି ୬.୭ ପ୍ରତିଶତ ରହିବା ନେଇ କ୍ରିସିଲ ଆକଳନ କରିଛି।