ଓଡ଼ିଶା

ରାଜ୍ୟରେ ଲାଗୁ ହେବ ସିଏମ କିଶାନ ଯୋଜନା: କନକ ବର୍ଦ୍ଧନ ସିଂହଦେଓ

ଭୁବନେଶ୍ବର: ରାଜ୍ୟରେ ଲାଗୁ ହେବାକୁ ଯାଉଛି ସିଏମ କିଶାନ ଯୋଜନା । ବିଜେଡି ସରକାର ଅମଳରେ ଚାଲିଥିବା କାଳିଆ ଯୋଜନାର ଏହା ହେଉଛି ଏକ ନୂଆ ନାମ । ଏହି ଯୋଜନାରେ ବର୍ଷକୁ ୨ଟି କିସ୍ତିରେ ମିଳିବ ଦୁଇ ହଜାର ଲେଖାଏଁ ୪ ହଜାର ଟଙ୍କା ।

ଭୂମିହୀନ ଚାଷୀଙ୍କୁ ୩ଟି କିସ୍ତିରେ ମିଳିବ ୧୨,୫୦୦ ଟଙ୍କା । ଏ ନେଇ ସୂଚନା ଦେଇଛନ୍ତି କୃଷି ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ । ସେ କହିଛନ୍ତି ଯେ, ଏହି ଯୋଜନାରେ ଯେଉଁମାନେ ପିଏମ କିଶାନ ଯୋଜନାରେ ସହାୟତା ପାଉଛନ୍ତି ସେମାନେ ମଧ୍ୟ ସାମିଲ ହୋଇପାରିବେ ।

ତେବେ ନୂଆ ଚାଷିମାନେ ସିଏମ କିଶାନ ପୋର୍ଟାଲ ମାଧ୍ୟମରେ ଆବେଦନ କରିପାରିବେ ।

Related Articles

Back to top button
WP Twitter Auto Publish Powered By : XYZScripts.com