ଜାତୀୟ

ମୁଖ୍ୟମନ୍ତ୍ରୀ ମମତାଙ୍କୁ ଚିଠି ଲେଖି ଅପରାଧ ଓ ଦୁର୍ନୀତି ପ୍ରସଙ୍ଗରେ ବର୍ଷିଲେ: ଜବାହର ସରକାର

କୋଲକାତା: ଆର.ଜି କର ହସ୍ପିଟାଲରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ବିରୋଧ କରି ଇସ୍ତଫା ଦେଇଛନ୍ତି ରାଜ୍ୟସଭା ସାଂସଦ ଜବାହର ସରକାର । ପଶ୍ଚିମବଙ୍ଗର ତ୍ରୁଣମୂଳ କଂଗ୍ରେସ ଛାଡିବା ପରେ ଜବାହର ସରକାର ସୋମବାର କହିଛନ୍ତି ଯେ ସେ ରାଜନୀତିରୁ ବାହାରିବା ତାଙ୍କ ମୂଲ୍ୟବୋଧକୁ ହ୍ରାସ କରିବ ନାହିଁ ଏବଂ ମହିଳା ଅଧିକାରକୁ ସମର୍ଥନ କରିବା ଦିଗରେ ଦେଇଥିବା ପ୍ରତିବଦ୍ଧତାକୁ ହ୍ରାସ କରିବ ନାହିଁ ।

ସେ କହିଛନ୍ତି ମୁଁ ରାଜନୀତି ଛାଡିଛି, କିନ୍ତୁ ନୀତି ଛାଡିବି ନାହିଁ l ମୁଁ ସାମ୍ପ୍ରଦାୟିକ ବିରୋଧୀ ରହିବି, ମୁଁ ମହିଳା ଅଧିକାର ପାଇଁ ରହିବି । ମୁଁ ଯାହା କହିବି ତାହା ଟିଏମସି ଉପରେ ପ୍ରଭାବ ପକାଇବ ଏବଂ ମୁଁ ଟିଏମସି ଛାଡିବାର ଏହା ଏକ ଦୁଃଖଦ କାରଣ । ଆପଣ କୌଣସି ଦଳରେ ରହି ବିପ୍ଳବ ଘୋଷଣା କରିପାରିବେ ନାହିଁ ।

ଅଗଷ୍ଟ ୧୪ରେ ହୋଇଥିବା ବିରୋଧ ସମୟରେ ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଭଙ୍ଗାରୁଜା ଘଟଣାରେ ଅଧିକାରୀଙ୍କ ନିଷ୍କ୍ରିୟତା ଉପରେ ପୂର୍ବତନ ଟିଏମସି ନେତା ପ୍ରଶ୍ନ କରିଥିଲେ ଏବଂ ଏପର୍ଯ୍ୟନ୍ତ ଏହି ଘଟଣା ପାଇଁ କାହାରିକୁ ଗିରଫ କରାଯାଇ ନାହିଁ କିମ୍ବା କୋର୍ଟ ଚାଲାଣ କରାଯାଇ ନାହିଁ ବୋଲି ପଚାରିଥିଲେ ।

ପୋଲିସ କାହିଁକି ଭାଙ୍ଗାରୁଜା କରିଥିବା ବ୍ୟକ୍ତିଙ୍କୁ ଗିରଫ କରୁନାହିଁ? ପ୍ରାରମ୍ଭିକ କାର୍ଯ୍ୟ ସବୁବେଳେ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ଥରେ ବିଶ୍ୱାସ ନଷ୍ଟ ହୋଇଗଲେ ଏହା କଷ୍ଟସାଧ୍ୟ ହୋଇଯାଏ ।

ସେ କହିଛନ୍ତି, “ପଞ୍ଚାୟତ ଏବଂ ପୌରସଂସ୍ଥାଗୁଡ଼ିକରେ ଦଳର ନେତାମାନେ ଦୁର୍ନୀତିରେ ବୁଡ଼ି ରହିଛନ୍ତି, ଯାହା ବଙ୍ଗଳାବାସୀଙ୍କୁ କ୍ଷତି ପହଞ୍ଚାଇଛି । ପଶ୍ଚିମବଙ୍ଗରେ ଚାଲିଥିବା ଆନ୍ଦୋଳନ ଟିଏମସି ସରକାରଙ୍କ ଅନିୟନ୍ତ୍ରିତ ପ୍ରାଧାନ୍ୟବାଦୀ ମନୋଭାବ ଏବଂ ଦୁର୍ନୀତିଗ୍ରସ୍ତ ଲୋକଙ୍କ ବିରୋଧରେ ଜନସାଧାରଣଙ୍କ କ୍ରୋଧ ଦେଖାଦେଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com