ଜାତୀୟ

ସୁପ୍ରିମକୋର୍ଟଙ୍କ ବଡ ନିଷ୍ପତ୍ତି,ଜେଲ୍‌ରୁ ବାହାରିବେ କେଜ୍ରିୱାଲ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମିଳିଛି ସୁପ୍ରିମ ଆଶ୍ୱସ୍ତି। ତାଙ୍କର ଜେଲ୍‌ରୁ ବାହାରିବା ବାଟ ସଫା ହୋଇଯାଇଛି। ବହୁ ପ୍ରତିକ୍ଷା ପରେ ଆଜି ସୁପ୍ରିମକୋର୍ଟ କେଜ୍ରିୱାଲଙ୍କୁ ଜାମିନ ପ୍ରଦାନ କରିଛନ୍ତି ।

ତେବେ ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଜାମିନ ମିଳିଛି । ଶୁକ୍ରବାର ସୁପ୍ରିମକୋର୍ଟ ତାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି । ସିବିଆଇ ପଞ୍ଜିକୃତ ମାମଲାରେ କେଜ୍ରିଓ୍ବାଲଙ୍କୁ ଏହି ଜାମିନ ମିଳିଛି। ପ୍ରଥମ ଆବେଦନ ଉପରେ କୋର୍ଟ ସିବିଆଇ ଗିରଫକୁ ବୈଧ ବୋଲି ବିବେଚନା କରିଥିଲେ। ଦ୍ୱିତୀୟ ଆବେଦନ ଉପରେ ଏହି ରାୟ ଦେବାବେଳେ ବୋର୍ଡ କେଜରିୱାଲଙ୍କୁ ଜାମିନ ପ୍ରଦାନ କରିଛି ।

ସୂଚନାଯୋଗ୍ୟ, କେଜରିୱାଲ ତାଙ୍କ ଗିରଫଦାରୀକୁ ଚ୍ୟାଲେଞ୍ଜ କରି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଦ୍ୱାରା ପଞ୍ଜିକୃତ ହୋଇଥିବା ଦୁର୍ନୀତି ମାମଲାରେ ଦିଲ୍ଲୀ ହାଇକୋର୍ଟଙ୍କ ଜାମିନ ନାମଞ୍ଜୁର ହେବାରୁ ଦୁଇଟି ପୃଥକ ଆବେଦନ କରିଥିଲେ । ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱରେ ଏକ ବେଞ୍ଚ ଉଭୟ ଆବେଦନ ଉପରେ ଏହି ରାୟ ପ୍ରଦାନ କରିଛି । ଏହି ବେଞ୍ଚରେ ଜଷ୍ଟିସ ଉଜ୍ୱଳ ଭୁୟାଁ ମଧ୍ୟ ସାମିଲ ଅଛନ୍ତି ।

ସେପ୍ଟେମ୍ବର ୫ରେ କେଜରିୱାଲଙ୍କ ଆବେଦନ ଉପରେ ଏହି ଖଣ୍ଡପୀଠ ରାୟ ସଂରକ୍ଷିତ ରଖିଥିଲେ । ଏହି ମାମଲାରେ ସିବିଆଇ ଆମ ଆପ ମୁଖ୍ୟଙ୍କୁ ଜୁନ ୨୬ରେ ଗିରଫ କରିଥିଲା । ସୂଚନାଯୋଗ୍ୟ, ଇଡି ମାମଲାରେ ଜୁଲାଇ ୧୨ରେ କେଜରିୱାଲ ସୁପ୍ରିମକୋର୍ଟରୁ ଜାମିନ ପାଇଥିଲେ । ଏବେ ସେ ଜେଲରୁ ବାହାରିବା ପାଇଁ ରାସ୍ତା ସଫା ହୋଇଯାଇଛି ।

ତାଙ୍କର ମଧ୍ୟବର୍ତ୍ତୀକାଳୀନ ଜାମିନ ଶେଷ ହେବା ପରେ ସେ ୧୦୪ ଦିନ ପୂର୍ବରୁ ଅର୍ଥାତ୍‌ ଜୁନ ୨ରେ ଆତ୍ମସମର୍ପଣ କରିଥିଲେ । ଶୁକ୍ରବାର ସେ ଜେଲରୁ ବାହାରକୁ ଆସିପାରନ୍ତି ବୋଲି ବିଶ୍ୱାସ କରାଯାଏ ।ଅନ୍ୟପଟେ ସୁପ୍ରିମକୋର୍ଟ କେଜ୍ରିୱାଲଙ୍କୁ ଜାମିନ ପ୍ରଦାନ କରିଥିବା ବେଳେ ଏଥିନିମନ୍ତେ କିଛି ସର୍ତ୍ତ ବି ଲାଗୁ କରିଛନ୍ତି ।

ଜେଲ୍‌ରୁ ମୁକୁଳିବା ପରେ କେଜ୍ରିୱାଲ କୌଣସି ଫାଇଲ୍‌ ଉପରେ ଦସ୍ତଖତ କରି ପାରିବେନି । ଏଥିସହ କେଜ୍ରିୱାଲଙ୍କ କାର୍ଯ୍ୟାଳୟ ଯିବା ଉପରେ ବି ଲାଗିଛି ରୋକ୍‌ । ଏଥିସହ ଏହି ମାମଲାରେ ସେ କୌଣସି ବୟାନ ବା ଟିପ୍ପଣୀ ସାର୍ବଜନିକ ସ୍ଥାନରେ କରିପାରିବେନି।

Related Articles

Back to top button
WP Twitter Auto Publish Powered By : XYZScripts.com