ଓଡ଼ିଶାରାଜନୀତି

ଭରତପୁର ଥାନା ଘଟଣାର ନ୍ୟାୟିକ ତଦନ୍ତ ପାଇଁ ଦାବି କରିଛି: ବିଜେଡି-କଂଗ୍ରେସ

ଭୁବନେଶ୍ବର: ଭରତପୁର ଥାନା ଯେଉଁଭଳି ଭାବେ ବର୍ବରତାର ସୀମା ଟପିଛି l ତାହାକୁ ନେଇ ଏବେ ସବୁଠି ବଢିବାରେ ଚାଲିଛି ବିରୋଧ ଓ ଆକ୍ରୋଶ । ସାଧାରଣରେ ପୋଲିସର ଏଭଳି କାର୍ଯ୍ୟକୁ ନେଇ ଅସନ୍ତୋଷ ଏବଂ ରାଜଧାନୀରେ ବିରୋଧୀଙ୍କ ଦୃଢ ପ୍ରତିବାଦ ଦେଖିବାକୁ ମିଳିଛି ।

ପ୍ରଥମେ ବିଜେଡି ଆଉ ପରେ କଂଗ୍ରେସ ୧୦୦ ଦିନର ବିଜେପି ସରକାରଙ୍କୁ ଜୋର ଦାର ଘେରିଛନ୍ତି । ଏନେଇ କଂଗ୍ରେସ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ଆଗରେ ପ୍ରତିବାଦ କରି ଅଣ୍ଡା ଓ ଟମାଟୋ ମାଡ କରିଛି । ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ ପାଇଁ ଯିବା ବେଳେ ଅଣ୍ଡା ଟମାଟୋ ମାଡ଼ ହୋଇଛି । ବ୍ୟାରିକେଡ କରିଥିବା ପୋଲିସ ଉପରକୁ ଅଣ୍ଡା, ଟମାଟୋ ମାଡ଼ ହୋଇଛି ।

ଏଥିସହିତ ବ୍ୟାରିକେଡ ଉପରେ ଚଢ଼ି ଆଗକୁ ଯିବାକୁ କଂଗ୍ରେସ କର୍ମୀଙ୍କ ଉଦ୍ୟମ କରିଥିବା ବେଳେ ପୋଲିସ ଓ କର୍ମୀଙ୍କ ମଧ୍ୟରେ ଠେଲାପେଲା ହୋଇଛି। ଏହି ଘଟଣାରେ ନୈତିକତା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ପଦ ଛାଡନ୍ତୁ ବୋଲି ଦାବି କରିଛି ଯୁବ କଂଗ୍ରେସ । ଏଥିସହିତ କାହିଁକି ଆଇଆଇସିଙ୍କୁ ଏପର୍ଯ୍ୟନ୍ତ ଗିରଫ କରାଯାଇନାହିଁ ସେନେଇ ପ୍ରଶ୍ନ କରିଛନ୍ତି ।

ସେପଟେ ମହିଳା ବିଜେଡି ମଧ୍ୟ ଏହି ଘଟଣାକୁ ତୀବ୍ର ନିନ୍ଦା କରିବା ସହିତ ଘଟଣାରେ ନ୍ୟାକି ତଦନ୍ତ ଦାବି କରି ରାଜଭବନ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ପୋଲିସର ଏଭଳି ବର୍ବରତାର ତଦନ୍ତ ପୋଲିସ ଓ କ୍ରାଇମବାଞ୍ଚ ହାତକୁ ଯିବାରେ ଘଟଣାର ତଦନ୍ତର ସ୍ବଚ୍ଛତା ଉପରେ ପ୍ରଶ୍ନ ଉଠାଇଛି ବିଜେଡି । ଏଥିପାଇଁ ନ୍ୟାୟିକ ତଦନ୍ତର ଦାବି କରିଛି ବିଜେଡି ।

Related Articles

Back to top button
WP Twitter Auto Publish Powered By : XYZScripts.com