ଭାରତ ଜିତିଲା ପ୍ରଥମ ଟେଷ୍ଟ; ୧-୦ରେ ଆଗରେ
ଚେନ୍ନାଇ: ଚେନ୍ନାଇରେ ଚାଲିଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତ ବିଜୟୀ ହୋଇଛି । ଭ୍ରମଣକାରୀ ବାଂଲାଦେଶ ଦଳକୁ ଟିମ ଇଣ୍ଡିଆ ୨୮୦ରେ ପରାଜିତ କରିଛି। ଫଳରେ ୩ ମ୍ୟାଚ ବିଶିଷ୍ଟ ଶୃଙ୍ଖଳରେ ଭାରତ ୧-୦ରେ ଆଗୁଆ ହୋଇଛି ।
ଦ୍ବିତୀୟ ଇଂନିସ୍ରେ ରବିଚନ୍ଦ୍ରନ ଅଶ୍ୱିନ ସର୍ବାଧିକ ୬ଟି ଓ୍ବିକେଟ୍ ନେଇଛନ୍ତି । ଫଳରେ ଏହି ସିରିଜ୍ରେ ୧-୦ରେ ଆଗୁଆ ରହିଛି ଭାରତ । ପ୍ରଥମ ଟେଷ୍ଟ ମ୍ୟାଚ୍ରେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ବାଂଲାଦେଶ । ଯାହାଫଳରେ ପ୍ରଥମେ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇଥିଲା ଟିମ୍ ଇଣ୍ଡିଆ । ଟିମ୍କୁ ଆରମ୍ଭରୁ ଝଟ୍କା ଲାଗିଥିଲା ।
ହେଲେ ଅଶ୍ୱିନୀ ଏବଂ ଜାଡେଜାଙ୍କ ବ୍ୟାଟିଂ ବଳରେ ଭାରତୀୟ ଟିମ୍ ୩୭୬ ରନ୍ କରିବାରେ ସକ୍ଷମ ହୋଇଥିଲା । ଏହାପରେ ପ୍ରଥମ ଇନିଂସରେ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇଥିଲା ବାଂଲାଦେଶ ଟିମ୍ । ହେଲେ ଦଳ ମାତ୍ର ୧୪୯ ରନ୍ରେ ଅଲ୍ଆଉଟ୍ ହୋଇଯାଇଥିଲା । ପ୍ରଥମ ଇନିଂସରେ ବୁମ୍ରା ସର୍ବାଧିକ ୪ଟି ଓ୍ୱିକେଟ୍ ନେଇଥିଲେ । ତେବେ ପ୍ରଥମ ଇନିଂସରେ ୨୨୭ରନ୍ରେ ପଛୁଆ ରହିଥିଲା ବାଂଲାଦେଶ ଟିମ୍ ।
ଆଉ ୨ୟ ଇନିଂସରେ ବ୍ୟାଟିଂ କରି ଭାରତୀୟ ଦଳ ବାଂଲାଦେଶକୁ ଦେଇଥିଲା ବିଶାଳ ୫୬୭ ରନ୍ ଟାର୍ଗେଟ । ହେଲେ ବାଂଲା ବ୍ୟାଟର ପ୍ରଥମ ଇନିଂସ ପରି ୨ୟ ଇନିଂସରେ ଭାରତୀୟ ବୋଲରଙ୍କ ମୁକାବିଲା କରିପାରନଥିଲା । ଖାସ୍ କରି ସ୍ପିନରଙ୍କୁ ।
୨ୟ ଇନିଂସରେ ଦ୍ରୁତ ବୋଲର ଭାବେ ଜଶପ୍ରୀତ୍ ବୁମ୍ରା ଗୋଟିଏ ଓ୍ୱିକେଟ୍ ନେଇଥିବା ବେଳେ ରବିଚନ୍ଦ୍ରନ ଅଶ୍ୱିନୀ ୬ଟି ଏବଂ ରବିନ୍ଦ୍ର ଜାଡେଜା ୩ଟି ଓ୍ୱିକେଟ୍ ନେଇଛନ୍ତି । ଶେଷରେ ବାଂଲାଦେଶ ଟିମ୍ ୨୮୦ ରନ୍ରେ ଭାରତୀୟ ଟିମ୍ ଠାରୁ ପରାସ୍ତ ହୋଇଛି ।
ଆଉ ୨ ଟିକିଆ ସିରିଜ୍ରେ ୧-୦ରେ ଆଗୁଆ ରହିଛି ରୋହିତ ବାହିନୀ । ଭାରତ ପକ୍ଷରୁ ରବିଚନ୍ଦ୍ରନ ଅଶ୍ଵୀନ ସର୍ବାଧିକ ୬ଟି ଉଇକେଟ ନେଇଥିବାବେଳେ ଯଶପ୍ରୀତ ବୁମରା ଏବଂ ରବୀନ୍ଦ୍ର ଜାଡେଜା ୫ଟି ଲେଖାଏ ଉଇକେଟ ଅକ୍ତିଆର କରିଥିଲେ ।