ଜାତୀୟ

୭୯ତମ ଜାତିସଂଘରେ ଦୁଇ ଦେଶକୁ କଡ଼ା ଚେତାବନୀ: ଏସ୍.ଜୟଶଙ୍କର

ନୂଆଦିଲ୍ଲୀ: ଜାତିସଂଘରୁ ପାକିସ୍ତାନକୁ ଜୟଶଙ୍କରଙ୍କ ଚେତାବନୀ । ନ୍ୟୁୟର୍କରେ ୭୯ତମ ଜାତିସଂଘ ସାଧାରଣ ପରିଷଦ ବୈଠକକୁ ସମ୍ବୋଧିତ କରି ଦୁଇ ଦେଶକୁ କଡ଼ା ଭାଷାରେ ବର୍ଷିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍.ଜୟଶଙ୍କର ।

ମିଳିତ ଜାତିସଂଘର ସାଧାରଣ ସଭାର ୭୯ତମ ବୈଠକରେ ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର ୟୁକ୍ରେନ ଏବଂ ଗାଜାରେ ଚାଲିଥିବା ଯୁଦ୍ଧ ବିରୋଧରେ ବିଶ୍ୱର ଦେଶଗୁଡ଼ିକୁ କଡ଼ା ଚେତାବନୀ ଦେଇଛନ୍ତି । ସେ କହିଛନ୍ତି, ଦୁନିଆରେ ବ୍ୟାପକ ପରିମାଣରେ ଘଟୁଥିବା ହିଂସା ବିଷୟରେ ଆମେ ଏହା ଭାବିପାରିବୁ ନାହିଁ ଯେ, ଏହା ପୂର୍ବ ନିର୍ଦ୍ଧାରିତ ହୋଇଛି ।

ଗାଜା ଯୁଦ୍ଧ ଦର୍ଶାଉଛି ଯେ, ଏହା ବିଶ୍ୱର ପ୍ରଣାଳୀ ଉପରେ ଏହାର ପ୍ରଭାବ ପକାଇଛି । ବୈଠକରେ ଅନ୍ୟ ଦେଶଗୁଡ଼ିକୁ ସାରା ବିଶ୍ୱରେ ଚାଲିଥିବା ଯୁଦ୍ଧର ତୁରନ୍ତ ସମାଧାନ ଖୋଜିବା ପାଇଁ ସେ ଅନୁରୋଧ କରିଛନ୍ତି । ଜୟଶଙ୍କର କହିଛନ୍ତି, ”ଆମେ କଠିନ ସମୟରେ ଏଠାରେ ଏକାଠି ହୋଇଛୁ । କରୋନା ମହାମାରୀର ବିପଦରୁ ବିଶ୍ୱ ଏପର୍ଯ୍ୟନ୍ତ ଉଦ୍ଧାର ହୋଇପାରି ନାହିଁ ।

ୟୁକ୍ରେନରେ ଯୁଦ୍ଧ ତୃତୀୟ ବର୍ଷରେ। ଗାଜାରେ ଯୁଦ୍ଧ ଭୟଙ୍କର ରୂପ ନେଉଛି।’ ସେ କହିଛନ୍ତି, ‘ଆଜିର ଦୁନିଆ ଦୁର୍ବଳ, ହତାଶ ଏବଂ ବିରୋଧୀ ଦଳରେ ବିଭକ୍ତ । ଦେଶ ମଧ୍ୟରେ ପ୍ରକ୍ରିୟା ସମାପ୍ତ ହେଉଛି ଏବଂ ବିଶ୍ୱାସ ଭାଙ୍ଗୁଛି । ଆଜିର ଦୁନିଆର ପରିସ୍ଥିତିରେ ପରସ୍ପର ସହ ଯୋଗାଯୋଗ କରିବା କଷ୍ଟସାଧ୍ୟ ହୋଇପଡ଼ିଛି ।

କୌଣସି ପ୍ରସଙ୍ଗରେ ସହମତି ପ୍ରକାଶ କରିବା ଆହୁରି କଷ୍ଟସାଧ୍ୟ ହୋଇପଡ଼ିଛି । ସେ ଆହୁରି ମଧ୍ୟ କହିଛନ୍ତି, ଯେତେବେଳେ ବଜାରକୁ କାବୁ କରିବାରେ ସଂଯମତାର ଅଭାବ ଥାଏ, ସେତେବେଳେ ଏହା ଅନ୍ୟମାନଙ୍କ ଜୀବିକା ତଥା ସାମାଜ ପ୍ରତି କ୍ଷତି ପହଞ୍ଚାଇଥାଏ । ବିକଶିତ ଦେଶମାନଙ୍କ ଦ୍ୱାରା ଜଳବାୟୁ ଦାୟିତ୍ୱବୋଧକୁ ଏଡ଼ାଇବା ବିକାଶଶୀଳ ଦେଶର ବିକାଶ ସମ୍ଭାବନାକୁ ଦୁର୍ବଳ କରିଦିଏ ।

ସେ କହିଛନ୍ତି, ଭାରତ ବର୍ଷ ବର୍ଷ ଧରି ସୁରକ୍ଷା ପରିଷଦରେ ସଂସ୍କାର ଆଣିବାକୁ ଦାବି କରିଆସୁଛି, ଯେଉଁଥିରେ ଏହାର ସ୍ଥାୟୀ ତଥା ଅଣ-ସ୍ଥାୟୀ ବର୍ଗରେ ସଦସ୍ୟଙ୍କ ସଂଖ୍ୟା ବୃଦ୍ଧି ପାଇବ। ଦୁର୍ଭାଗ୍ୟବଶତଃ ପାକିସ୍ତାନର ଏଭଳି କାରନାମା ଯୋଗୁ ଅନ୍ୟ ଦେଶ ସହ ପଡ଼ୋଶୀ ଦେଶଙ୍କୁ ବି ଭୋଗିବାକୁ ପଡ଼ୁଛି।

ପାକିସ୍ତାନର ଜିଡିପିକୁ କେବଳ କଟ୍ଟରବାଦ ଓ ଆତଙ୍କବାଦ ରପ୍ତାନୀରେ ମପା ଯାଇପାରିବ। ଆଜି ଆମେ ଦେଖୁଛୁ, ପରର ମନ୍ଦ ପାଞ୍ଚୁଥିବା ପାକିସ୍ତାନ ଏବେ ନିଜର କର୍ମଫଳ ଭୋଗୁଛି ବୋଲି ଜାତିସଙ୍ଘରେ କହିଛନ୍ତି ଏସ୍‌.ଜୟଶଙ୍କର l

Related Articles

Back to top button
WP Twitter Auto Publish Powered By : XYZScripts.com