ଜାତୀୟରାଜନୀତି

ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଭଗଓ୍ବନ୍ତ ମାନ୍‌, ରାଜଭବନ ନୁହେଁ ବରଂ ଭଗତ ସିଂହଙ୍କ ପୈତୃକ ଗାଁରେ ହେବ ସମାରୋହ

ଅମୃତସର() ପଞ୍ଜାବରେ କମାଲ୍‌ କରିଛି ଆମ୍‌ ଆଦମୀ ପାର୍ଟି । ଏକକୀ ସଂଖ୍ୟା ଗରିଷ୍ଠତା ହାସଲ କରିବା ସହିତ ପୂର୍ଣ୍ଣ ବହୁମତରେ ସରକାର ଗଢିବାକୁ ଯାଉଛି ଆପ୍‌ । ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଆପ୍‌ ଦେଇଥିବା ଚେହେରାଙ୍କୁ ଜନସାଧାରଣ ଗ୍ରହଣ କରିଛନ୍ତି । ଭଗଓ୍ବନ୍ତ ମାନ୍‌ ହେବାକୁ ଯାଉଛନ୍ତି ପଞ୍ଜାବର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ।

ତେବେ ଭଗଓ୍ବନ୍ତ ମାନ୍‌ଙ୍କ ଶପଥ ଗ୍ରହଣ ଉତ୍ସବ ରାଜଭବନରେ ହେବ ନାହିଁ । ମହାନ୍ ସ୍ବାଧୀନତା ସଂଗ୍ରାମୀ ଭଗତ ସିଂହଙ୍କ ପୈତୃକ ଗାଁ   ଖଟ୍‌କର କଲାନ୍‌ରେ ହେବ ବୋଲି କହିଛନ୍ତି ମାନ୍‌ । ଚର୍ଚ୍ଚାରେ ଥିବା ଏହି ଆପ୍‌ ନେତା ପଞ୍ଜାବବାସୀଙ୍କର ସର୍ବାଧିକ ପସନ୍ଦର ନେତା ହୋଇଛନ୍ତି । ପୂର୍ବରୁ କ୍ଷମତାରେ ଥିବା କଂଗ୍ରେସ ଲଜ୍ଜାଜନକ ପ୍ରଦର୍ଶନ କରିଛି । ରିପୋର୍ଟ ଲେଖାହେବା ସୁଦ୍ଧା ପଞ୍ଜାବରେ ଆପ୍‌ ୮୩ଟି ଆସନ​‌ରେ ବିଜୟୀ ହୋଇସାରିଛି । ଅନ୍ୟପଟେ କଂଗ୍ରେସ ୧୪ଟି ବିଜେପି ମେଣ୍ଟ ୨ଟି, ସିରୋମଣୀ ଅକାଳୀ ଦଳ ୪ଟି ଏବଂ ଅନ୍ୟମାନେ ଗୋଟିଏ ଆସନରେ ବିଜୟୀ ହୋଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com