ଜାତୀୟରାଜନୀତି

ବିଜେପିର ବଡ଼ ଆକ୍ସନ-ସିଏମଙ୍କ ବିରୋଧରେ ପ୍ରାର୍ଥୀ ହେଲେ, ୬ବର୍ଷ ପାଇଁ ତଡ଼ା ଖାଇଲେ

ନୂଆଦିଲ୍ଲୀ: ଆଉ ଦିନ କେଇଟା ପରେ ହରିୟାଣା ବିଧାନସଭା ନିର୍ବାଚନ । ଆସନ୍ତା ୫ ତାରିଖ ବା ଶନିବାର ଦିନ ପଡିବ ଭୋଟ । ଏନେଇ ସରଗରମ ହରିୟାଣା ପଲିଟିକ୍ସ । ହେଲେ ଏହା ପୂର୍ବରୁ ହଲଚଲ ହୋଇଛି ରାଜନୀତି ।

ନିର୍ବାଚନ ପୂର୍ବରୁ କ୍ଷମତାସୀନ ବିଜେପି ପାଇଁ ଦଳର ବିଦ୍ରୋହୀ ନେତା ଚିନ୍ତା ବଢ଼ାଇଛନ୍ତି । ଏଥିପାଇଁ ବିଜେପି ପକ୍ଷରୁ ଦଳର ୮ ଜଣ ବିଦ୍ରୋହୀ ନେତାଙ୍କ ବିରୋଧରେ ନିଆଯାଇଛି କାର୍ୟ୍ୟାନୁଷ୍ଠାନ । ସେମାନେ ଦଳ ବିରୋଧରେ ଯାଇ ଆଗାମୀ ନିର୍ବାଚନ ପାଇଁ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଛନ୍ତି ।

ସେମାନଙ୍କ ମଧ୍ୟରୁ ଜଣେ ମୁଖ୍ୟମନ୍ତ୍ରୀ ନାୟବ ସିଂହ ସୈନିଙ୍କ ବିରୋଧରେ ମଧ୍ୟ ପ୍ରାର୍ଥୀ ହୋଇଛନ୍ତି । ତେଣୁ ୮ ଜଣଙ୍କୁ ବିଜେପି ଦଳରୁ ୬ ବର୍ଷ ପାଇଁ ବିଦା କରିଛି । ଦଳ ବିରୋଧୀ କାର୍ୟ୍ୟ ପାଇଁ ସେମାନଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ଏହି ତାଲିକାରେ ପୂର୍ବତନ ମନ୍ତ୍ରୀ ରଣଜୀ ଚୌତାଲାଙ୍କ ନାଁ ରହିଛି । ତେବେ ତାଙ୍କୁ ଟିକେଟ ନ ମିଳିବାରୁ ସେ ମନ୍ତ୍ରୀ ପଦ ଛାଡ଼ିଥିଲେ । ସେହିପରି ମୁଖ୍ୟମନ୍ତ୍ରୀ ନାୟବ ସିଂହଙ୍କ ବିରୋଧରେ ଲାଡୱାରୁ ନାମାଙ୍କନ ଦାଖଲ କରିଥିବା ସନ୍ଦୀପ ଗର୍ଗ ମଧ୍ୟ ବିଜେପିରୁ ବିଦା ହୋଇଛନ୍ତି । ଅନ୍ୟ ୬ ଜଣ ହେଲେ ଜିଲେ ରାମ ଶର୍ମା, ବଚନ ସିଂହ ଆର୍ୟ୍ୟ, ନବୀନ ଗୋଏଲ, କେହର ସିଂହ ରାୱତ, ରାଧା ଅହଲୱାତ ଓ ଦେବେନ୍ଦ୍ର କଡୟାନ।

Related Articles

Back to top button
WP Twitter Auto Publish Powered By : XYZScripts.com