ଜାତୀୟରାଜନୀତି

ଜାମ୍ମୁ କାଶ୍ମୀର ଏକଜିଟ ପୋଲ: ୨୦୨୪ରେ ଆସିବ କଂଗ୍ରେସ!

ନୂଆଦିଲ୍ଲୀ: ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀର ସୁରୁଖୁରୁରେ ମତଦାନ ଶେଷ ହୋଇଛି l ଏହା ପରେ ଏକଜିଟ ପୋଲର ଫଳାଫଳ ପ୍ରକାଶ ପାଇଛି l ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ପ୍ରାୟ ୧୦ବର୍ଷ ପରେ ଜମ୍ମୁ କlଶ୍ମୀରରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ହୋଇଛି । ଏଠାରେ ୯୦ଟି ବିଧାନସଭା ଆସନ ପାଇଁ ତିନୋଟି ପର୍ଯ୍ୟାୟରେ ନିର୍ବାଚନ ହୋଇଛି । ଅକ୍ଟୋବର ୮ରେ ଭୋଟ ଫଳାଫଳ ପ୍ରକାଶ ପାଇବ l

କିନ୍ତୁ ଏହା ପୂର୍ବରୁ ଏକଜିଟ ପୋଲ ଓ ଭୋଟ ବାହୁଡା ମତ ପ୍ରକାଶ ପାଇଛି । ଶାସକ ଦଳ ବିଜେପି ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ଏବଂ ଏହାର ସହଯୋଗୀ ଦଳମାନଙ୍କଠାରୁ ଦୁଇଟି ଗୁରୁତ୍ୱପୂର୍ଣ୍ଣ ପ୍ରାଦେଶିକ ନିର୍ବାଚନ ହାରି ପାରେ ବୋଲି ଆକଳନ କରାଯାଇଛି । ଜାତୀୟ ନିର୍ବାଚନରେ ବିଜେପି ଖରାପ ପ୍ରଦର୍ଶନ କରିବା ପରେ ଦଳକୁ ଆଉ ଏକ ଝଟକା ଲାଗିପାରେ ବୋଲି ଆକଳନ କରାଯାଇଛି ।

ଅନ୍ୟପଟେ ୨୦୧୯ରେ ଜମ୍ମୁ-କlଶ୍ମୀରରୁ କେନ୍ଦ୍ର ସରକାର ଧାରା ୩୭୦ ରଦ୍ଦ କରି କରାଯାଇଥିଲା । ଏହା ସହିତ ଜାମ୍ମୁ କାଶ୍ମୀରକୁ ଓ ଲଦାଖକୁ ଅଲଗା କରି ଏକ ୟୁନିଅନ ଟେରିଟୋରୀ କରାଯାଇଛି । ଏହା ପୂର୍ବରୁ ରାଜ୍ୟରେ ସମୁଦାୟ ୮୩ ଟି ବିଧାନସଭା ଆସନ ଥିଲା, ଏବେ ତାହା ୯୦କୁ ବୃଦ୍ଧି ପାଇଛି । ତେବେ ଏଥର ବିଜେପି ଓ କଂଗ୍ରେସ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଥିଲା ।

ଏକଜିଟ ପୋଲ ଅନୁସାରେ ପରସ୍ପର କଡା ଟକ୍କର ହୋଇଥିବା ଜଣାପଡିଛି । ଅଧିକାଂଶ ସଂସ୍ଥାର ଏକଜିଟ ପୋଲ କହୁଛି ଯେ ଜାମ୍ମୁ କାଶ୍ମୀରରେ କୌଣସି ଦଳକୁ ସରକାର ଗଠନ ପାଇଁ ଆବଶ୍ୟକ ମ୍ୟାଜିକ ନମ୍ବର ୪୬ ମିଳିବ ନାହିଁ । କଂଗ୍ରେସ ଓ ଏନସି ସର୍ବାଧିକ ଆସନ ପାଇ ପାରନ୍ତି । କିନ୍ତୁ ଉଭୟ ମ୍ୟାଜିକ ନମ୍ବର ଠାରୁ ଦୂରରେ ରହିବେ। ବିଜେପି ମଧ୍ୟ ୩୦ରୁ ଅଧିକ ଆସନ ଜିତିବାକୁ ସକ୍ଷମ ହୋଇପାରିବ ନାହିଁ ।

ଏଭଳି ସ୍ଥିତିରେ ମେହବୁବା ମୁଫତିଙ୍କ ପିଡିପି ଓ ଅନ୍ୟ ଆଞ୍ଚଳିକ ଦଳ କିଙ୍ଗ ମେକର ସାଜିବାର ଯଥେଷ୍ଟ ସମ୍ଭାବନା ରହିଛି । ପିପୁଲ୍ସ ପ୍ଲସ କହିଛି ଯେ ଫାରୁକ ଅବଦୁଲ୍ଲାଙ୍କ ନ୍ୟାଶନାଲ କନଫରେନ୍ସ ଜାମ୍ମୁ କାଶ୍ମୀରରେ ୩୩ରୁ ୩୫ଟି ଆସନ ଜିତିପାରେ। ବିଜେପି ୨୩ରୁ ୨୭, କଂଗ୍ରେସ ୧୩ରୁ ୧୫, ପିଡିପି ୭ରୁ ୧୧ ଓ ଅନ୍ୟାନ୍ୟ ଦଳ ୪ରୁ ୬ଟି ଆସନ ଜିତିପାରନ୍ତି ।

ଦୈନିକ ଭାସ୍କର କହିଛି, କଂଗ୍ରେସ ଓ ଏନସି ୩୫ରୁ ୪୦, ବିଜେପି ୨୦ରୁ ୨୫, ପିଡିପି ୪ରୁ ୭ ଓ ଅନ୍ୟାନ୍ୟ ଦଳ ୧୨ରୁ ୧୮ଟି ଆସନ ଜିତିବେ। ରିପବ୍ଲିକ-ଗୁଲିସ୍ତାନ ନ୍ୟୁଜର ଏକଜିଟ ପୋଲରେ କୁହାଯାଇଛି ଯେ ଏନସି ୨୮ରୁ ୩୦, ବିଜେପି ୨୮ରୁ ୩୦, ପିଡିପି ୫ରୁ ୭, କଂଗ୍ରେସ ୩ରୁ ୬ ଓ ଅନ୍ୟାନ୍ୟ ଦଳ ୮ରୁ ୧୭ଟି ଆସନ ପାଇବେ। ଇଣ୍ତିଆ ଟୁଡେ-ସି ଭୋଟର ପକ୍ଷରୁ କରାଯାଇଥିବା ଏକଜିଟ ପୋଲ କଂଗ୍ରେସ ଓ ଏନସି ସପକ୍ଷରେ ଯାଇଛି ।

ଏହି ସଂସ୍ଥା କହିଛି ଯେ ଉଭୟ ଦଳ ମିଳିତ ଭାବେ ୪୦ରୁ ୪୮, ବିଜେପି ୨୭ରୁ ୩୨, ପିଡିପି ୬ରୁ ୧୨ ଓ ଅନ୍ୟାନ୍ୟ ଦଳ ୬ରୁ ୧୧ଟି ଆସନ ପାଇପାରନ୍ତି । ତେବେ ଅନ୍ୟପଟେ ଜାମ୍ମୁ କାଶ୍ମୀରରେ ବିଭିନ୍ନ ପର୍ଯ୍ୟାୟ ପରେ ଶନିବାର ଶେଷ ହୋଇଥିବା ନିର୍ବାଚନ ନିମନ୍ତେ ମଙ୍ଗଳବାର ଭୋଟ୍ ଗଣତି ହେବ ଏବଂ ସେହିଦିନ ଫଳାଫଳ ପ୍ରକାଶ ପାଇବ । ଶନିବାର ବିଳମ୍ବିତ ରାତିରେ ଏକଜିଟ ପୋଲ୍ ଫଳାଫଳ ପ୍ରକାଶ ପାଇଥିଲା ।

ପୂର୍ବରୁ ଜୁନ ମାସରେ ହୋଇଥିବା ସାଧାରଣ ନିର୍ବାଚନ ପରବର୍ତ୍ତୀ ଏକଜିଟ୍ ପୋଲରେ ମୋଦୀଙ୍କ ବିଜେପି ବିପୁଳ ସଂଖ୍ୟାଗରିଷ୍ଠତା ହାସଲ କରିବ ବୋଲି ଆକଳନ କରାଯାଇଥିଲା l କିନ୍ତୁ ତାହା ଭୁଲ ପ୍ରମାଣିତ ହୋଇଥିଲା ଓ ସଂଖ୍ୟାଗରିଷ୍ଠତା ହାସଲ କରିବା ଏବଂ ମେଣ୍ଟ ସରକାର ଗଠନ ପାଇଁ ବିଜେପିକୁ ଆଞ୍ଚଳିକ ଦଳ ଉପରେ ନିର୍ଭର କରିବାକୁ ପଡ଼ିଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com