ଅନ୍ତର୍ଜାତୀୟଜାତୀୟ

ପଦାର୍ଥ ବିଜ୍ଞାନରେ ନୋବେଲ୍ ପୁରସ୍କାର ପାଇବେ ଦୁଇ ଜଣ ପଦାର୍ଥ ବିଜ୍ଞାନୀ, କିଏ ଜାଣନ୍ତୁ

ନୂଆଦିଲ୍ଲୀ: ନୋବେଲ କମିଟି ଆଜି ପଦାର୍ଥ ବିଜ୍ଞାନ ପାଇଁ ବିଜେତାଙ୍କ ନାମ ଘୋଷଣା କରିଛି । ୨୦୨୪ ବର୍ଷ ପାଇଁ ୨ ଜଣ ମିଳିତ ଭାବେ ପାଇବେ ପଦାର୍ଥ ବିଜ୍ଞାନରେ ନୋବେଲ୍ ପୁରସ୍କାର। ପଦାର୍ଥ ବିଜ୍ଞାନୀ ଜନ୍ ଜେ ହପଫିଲଡ ଏବଂ ଜେଫ୍ରି ଇ. ହିଣ୍ଟନ ୨୦୨୪ ପାଇଁ ପାଇବେ ପଦାର୍ଥ ବିଜ୍ଞାନରେ ନୋବେଲ୍ ପୁରସ୍କାର । କୃତ୍ରିମ ନ୍ୟୁରାଲ ନେଟୱାର୍କ ସହିତ ମେସିନ୍ ଲର୍ଣ୍ଣିଂକୁ ସକ୍ଷମ କରୁଥିବା ମୌଳିକ ଆବିଷ୍କାର ପାଇଁ ଉଭୟଙ୍କୁ ମିଳିବ ନୋବେଲ ପୁରସ୍କାର ।

ଆର୍ଟିଫିସିଆଲ ନ୍ୟୁରାଲ ନେଟୱର୍କ ଜରିଆରେ ମେସିନ ଲର୍ଣ୍ଣିଂ କୌଶଳ ପାଇଁ ସେମାନଙ୍କୁ ପଦାର୍ଥ ବିଜ୍ଞାନରେ ନୋବେଲ ମିଳିବ । ଦୁଇ ବୈଜ୍ଞାନିକ ନିଜ କ୍ଷେତ୍ରର ଟୁଲକୁ ବ୍ୟବହାର କରି ଆଧୁନିକ ମେସିନ ଲର୍ଣ୍ଣିଂକୁ ଅଧିକ ସହଜ କରିଛନ୍ତି। ଜନ ହୋପଫିଲ୍ଡ ଏମିତି ଏକ ନେଟୱର୍କ ତିଆରି କରିଥିଲେ ଯାହା ଷ୍ଟୋରିଂ ଓ ରିକନଷ୍ଟ୍ରଟିଂ ମେଥଡରେ ବ୍ୟବହାର ହେଉଥିଲା। ଏହା ଜରିଆରେ ନୋଡେସକୁ ପିକ୍ସେଲ୍ସ ଭାବେ ଦେଖାଯାଏ ।

୨୦୨୨ ବର୍ଷ ପାଇଁ ମିଳିତ ଭାବେ ତିନି ଜଣଙ୍କୁ ନୋବେଲ୍ ମିଳିଥିଲା। ଆଲେନ୍ ଆସପେକ୍ଟ(Alain Aspect), ଜନ୍ କ୍ଲଜର(John Clauser) ଏବଂ ଆଣ୍ଟନ୍ ଜେଲିଞ୍ଜର୍‌(Anton Zeilinger) ନୋବେଲ ମିଳିଥିଲା। ଏମାନେ କ୍ୱାଣ୍ଟମ୍ ସ୍ଥିତିକୁ ବ୍ୟବହାର କରି ଗ୍ରାଉଣ୍ଡବ୍ରେକିଙ୍ଗ୍ ପରୀକ୍ଷଣ କରିଥିଲେ । ଯେଉଁଥିରେ ସେମାନେ ଜାଣିବାକୁ ପାଇଥିଲେ ଯେ, ଦୁଇଟି ପାର୍ଟିକିଲ୍ ଅଲଗା ହେବା ପରେ ବି ଗୋଟିଏ ୟୁନିଟ୍ ପରି ଆଚରଣ କରୁଥିଲେ ।

ପଦାର୍ଥ ବିଜ୍ଞାନ କ୍ଷେତ୍ରରେ ଉତ୍କୃଷ୍ଠତା ପାଇଁ ପ୍ରତିବର୍ଷ ରୋୟାଲ ସ୍ୱେଡିଶ ଏକାଡେମି ନୋବେଲ୍ ପୁରସ୍କାର ଦେଇଥାଏ। ୧୯୦୧ରୁ ଏହି ପରମ୍ପରା ଚାଲିଆସୁଛି। ୧୯୦୧ରୁ ୨୦୨୪ ମଧ୍ୟରେ ୧୧୮ ଥର ଫିଜିକ୍ସରେ ନୋବେଲ୍ ପ୍ରାଇଜ୍ ଦିଆଗଲାଣି। ବର୍ତ୍ତମାନ ସୁଦ୍ଧା ୨୨୪ ଜଣ ପୁରସ୍କାର ପାଇଥିବା ବେଳେ ଜନ୍ ବର୍ଡେନ ହେଉଛନ୍ତି ଏକମାତ୍ର ବିଜେତା ଯିଏକି ଦୁଇ ଦୁଇ ଥର ବିଶ୍ୱର ଏହି ଶ୍ରେଷ୍ଠତମ ସମ୍ମାନ ପାଇଛନ୍ତି। ସେ ୧୯୫୬ ଏବଂ ୧୯୭୨ରେ ଦୁଇଥର ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ପାଇଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com