ଓଡ଼ିଶାରାଜନୀତି

ପାରାଦୀପରେ ରାବଣ କିଏ ? ଏଠାକାର ଲୋକେ ଜାଣିଛନ୍ତି: ସମ୍ପଦ ସ୍ବାଇଁ

ଭୁବନେଶ୍ୱର: ଦଶହରାରେ ରାବଣ ପୋଡ଼ିକୁ ନେଇ ବିରୋଧୀଙ୍କୁ କଡ଼ା ଟାର୍ଗେଟ କରିଛନ୍ତି ମନ୍ତ୍ରୀ ସମ୍ପଦ ସ୍ୱାଇଁ । ଏନେଇ ସେ ପ୍ରଶ୍ନ କରିଛନ୍ତି ପାରାଦୀପରେ ରାବଣ କିଏ ? ମନ୍ତ୍ରୀ କହିଛନ୍ତି ଏଠାକାର ଲୋକେ ଜାଣିଛନ୍ତି । ମୁନ୍ନା ପତି, ମହେନ୍ଦ୍ର ସ୍ବାଇଁ ହତ୍ୟାରେ ସମ୍ପୃକ୍ତ ମନୁଷ୍ୟକୃତ ରାବଣ ଏଠି ବୁଲୁଛନ୍ତି । ସେମାନଙ୍କୁ ଉଚିତ ଜବାବ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି। ତାଙ୍କୁ ତାଙ୍କ ସ୍ଥାନ ଦେଖାଇ ଦିଆଯିବ ।

ଏହା ପାରାଦୀପବାସୀଙ୍କ ପାଖରେ ମୋର ସଂକଳ୍ପ ବୋଲି ଟାର୍ଗେଟ କରି କହିଛନ୍ତି ମନ୍ତ୍ରୀ । ଏଥିସହିତ ପୂର୍ବତନ ବିଧାୟକ ସମ୍ବିତ ରାଉତଙ୍କ ମଧ୍ୟ ନାଁ ନ ନେଇ ଟାର୍ଗେଟ୍‌ କରିଛନ୍ତି ମନ୍ତ୍ରୀ । ମନ୍ତ୍ରୀ କହିଛନ୍ତି, ଦାମ ବାବୁ ସ୍ବାଭିମାନୀ ନେତା ଥିଲେ, ତାଙ୍କ ଆତ୍ମା ଉପରେ କାନ୍ଦୁଥିବ । ତାଙ୍କ ବାପା ହତ୍ୟାକାରୀଙ୍କୁ ପାଖ ପୂରାଇ ଦେଉ ନ ଥିଲେ । କେବେ ଦାମ ବାବୁଙ୍କ ଆତ୍ମା ଶାନ୍ତି ପାଇନଥିବ ।

କିନ୍ତୁ ତାଙ୍କ ପୁଅ ଏବେ ତାଙ୍କୁ ସାଥିରେ ଧରି ବୁଲୁଛନ୍ତି ଏବଂ ତାଙ୍କ ସହିତ ମିଶିକି ରାଜନୀତି କରିବାକୁ ଚେଷ୍ଟା କରୁଛନ୍ତି ବୋଲି କହି କଟାକ୍ଷ କରି କହିଛନ୍ତି ସମ୍ପଦ ସ୍ବାଇଁ । ସେହିପରି ମନ୍ତ୍ରୀ କହିଛନ୍ତି ସରକାର ପରିବର୍ତ୍ତନ ହୋଇଛି । ଆମ ସରକାର ଯେତେବେଳେ ଲୋକଙ୍କ ପାଇଁ କାମ କରୁଛି, ସେତେବେଳେ ମନୃଷ୍ୟକୃତ ରାବଣମାନେ ପୋଡ଼ାଜଳା କରୁଛନ୍ତି ।

ବିଶେଷକରି ପାରାଦୀପରେ ଯେଉଁ ମନୁଷ୍ୟକୃତ ରାବଣମାନେ ଅଛନ୍ତି, ସେମାନେ ଲୋକଙ୍କୁ ହତ୍ୟା କରିଛନ୍ତି ଓ ବିଭିନ୍ନ ସମୟରେ ଲୋକମାନଙ୍କୁ ଠକିଛନ୍ତି, ଶ୍ରମିକ ମୃତ୍ୟୁକୁ ନେଇ ରାଜନୀତି କରୁଛନ୍ତି । ସେସବୁକୁ ବନ୍ଦ କରିବାରୁ ସେମାନେ ପୋଡାଜଳା କରୁଛନ୍ତି । ଆଗାମୀ ଦିନରେ ସେମାନଙ୍କୁ ଉଚିତ୍ ଜବାବ ଦିଆଯିବ ।

Related Articles

Back to top button
WP Twitter Auto Publish Powered By : XYZScripts.com