ଜାତୀୟ

ବାଲ୍ୟ ବିବାହକୁ ନେଇ ସୁପ୍ରିମକୋର୍ଟ ବଡ଼ ସୂଚନା; ଜାରି କଲେ ଗାଇଡଲାଇନ୍‌

ମୋବାଇଲ ନ୍ୟୁଜ 24×7: ଦେଶରେ ହେଉଥିବା ବାଲ୍ୟ ବିବାହକୁ ନେଇ ସୁପ୍ରିମକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏହି ପ୍ରସଙ୍ଗକୁ ନେଇ ସର୍ବୋଚ୍ଚ ଅଦାଲତ ଜାରି କରିଛନ୍ତି ଗାଇଡଲାଇନ୍‌ । ବାଲ୍ୟ ବିବାହ ନିଷେଧ ଆଇନକୁ ବ୍ୟକ୍ତିଗତ ଆଇନ ଦ୍ୱାରା ବନ୍ଦ କିମ୍ବା ପ୍ରତିରୋଧ କରାଯାଇପାରିବ ନାହିଁ ବୋଲି ଆଜି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି । ଏହା ପସନ୍ଦର ଜୀବନସାଥୀ ପାଇବାର ସ୍ୱାଧୀନ ଇଚ୍ଛାକୁ ଲ୍ଲଂଘନ କରୁଛି ବୋଲି ସୁପ୍ରିମକୋର୍ଟ କହିଛନ୍ତି ।

ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ ଜେବି ପାର୍ଦିୱାଲା ଓ ଜଷ୍ଟିସ ମନୋଜ ମିଶ୍ରାଙ୍କୁ ନେଇ ଗଠିତ ଖଣ୍ଡପୀଠ ଦେଶରେ ବାଲ୍ୟ ବିବାହ ନିବାରଣ ଆଇନର ପ୍ରଭାବଶାଳୀ ରୂପାୟନ ପାଇଁ ମାର୍ଗଦର୍ଶିକା ଜାରି କରିଛନ୍ତି । ଶୁକ୍ରବାର ଏ ସମ୍ପର୍କିତ ରାୟ ଶୁଣାଇବା ସମୟରେ ପ୍ରଧାନ ବିଚାରପତି ଚନ୍ଦ୍ରଚୂଡ଼ ଗୁରୁତ୍ୱାରୋପ କରିଛନ୍ତି ଯେ ବାଲ୍ୟ ବିବାହ ରୋକିବା ଉଦ୍ଦେଶ୍ୟରେ ଜାତୀୟ ଆଇନ କାର୍ଯ୍ୟକାରୀ କରିବାରେ ବ୍ୟକ୍ତିଗତ ଆଇନ ବାଧା ସୃଷ୍ଟି କରିବା ଉଚିତ ନୁହେଁ ।

ଅପରାଧୀମାନଙ୍କୁ ଶେଷ ଉପାୟ ଭାବେ ଦଣ୍ଡିତ କରିବା ସମୟରେ ବାଲ୍ୟବିବାହ ନିବାରଣ ଓ ନାବାଳକଙ୍କ ସୁରକ୍ଷା ଉପରେ କର୍ତ୍ତୃପକ୍ଷ ଧ୍ୟାନ ଦେବା ଉଚିତ ବୋଲି କୋର୍ଟ କହିଛନ୍ତି । ଖଣ୍ଡପୀଠ କହିଛନ୍ତି ଯେ, ବାଲ୍ୟ ବିବାହ ନିଷେଧ ଆଇନରେ କିଛି ତ୍ରୁଟି ରହିଛି । ବାଲ୍ୟ ବିବାହ ରୋକିବା ଏବଂ ସମାଜରୁ ଏହାକୁ ଦୂର କରିବା ପାଇଁ ବାଲ୍ୟ ବିବାହ ନିଷେଧ ଆଇନ, ୨୦୦୬ ପ୍ରଣୟନ କରାଯାଇଥିଲା । ଏହି ଆଇନ ୧୯୨୯ର ବାଲ୍ୟ ବିବାହ ନିୟନ୍ତ୍ରଣ ଆଇନର ସ୍ଥାନ ନେଇଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com