ଓଡ଼ିଶାରାଜନୀତି

ବିଜେଡି ଛାଡିଲେ; ଇସ୍ତଫା ପତ୍ରରେ ବର୍ଷିଲେ ମହିଳା ସଭାନେତ୍ରୀ ଜୟଲକ୍ଷ୍ମୀ ମହାପାତ୍ର

ଭୁବନେଶ୍ବର: ବିଜେଡି ମହିଳା ମୋର୍ଚ୍ଚା ସଭାନେତ୍ରୀ ବିଜୟଲକ୍ଷ୍ମୀ ମହାପାତ୍ର ଇସ୍ତଫା ଦେଇଛନ୍ତି । ଭୁବନେଶ୍ବର ମହିଳା ମୋର୍ଚ୍ଚା ସଭାନେତ୍ରୀ ପଦ ସହିତ ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି ବିଜୟଲକ୍ଷ୍ମୀ । ବିଜେଡି ପକ୍ଷରୁ କିଛିଦିନ ତଳେ ବିଜୟଲକ୍ଷ୍ମୀ ମହାପାତ୍ରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା । ଦଳୀୟ ଶୃଙ୍ଖଳା ଭଙ୍ଗ ଅଭିଯୋଗରେ ବିଜେଡି ପକ୍ଷରୁ ବିଜୟଲକ୍ଷ୍ମୀଙ୍କୁ ନୋଟିସ ଜାରି ହୋଇଥିଲା ।

ତେବେ ଆଜି ବିଜୟଲକ୍ଷ୍ମୀ ଇସ୍ତଫା ଦେଇଛନ୍ତି । ବିଜୟଲକ୍ଷ୍ମୀ ମହାପାତ୍ର କହିଛନ୍ତି ଯେ ବିଜେଡିର କାରଣ ଦର୍ଶାଅ ନୋଟିସକୁ ନେଇ ବ୍ୟଥିତ ଓ ମର୍ମାହତ ଥିଲି । ତେଣୁ ଇସ୍ତଫା ଦେଇଥିବା ପ୍ରକାଶ କରିଛନ୍ତି । ଅପରପକ୍ଷରେ ବିଜୟଲକ୍ଷ୍ମୀ ମହାପାତ୍ର ଇସ୍ତଫା ଦେବାପରେ କେଉଁ ଦଳର ମଙ୍ଗ ଧରିବେ ତାହାକୁ ନେଇ ରାଜଧାନୀରେ ଚର୍ଚ୍ଚା ଜୋର ଧରିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com