ଓଡ଼ିଶା

ବାତ୍ୟା ‘ଦାନା’: ପୂର୍ବ ତଟ ରେଳବାଇ ପକ୍ଷରୁ ୧୭୮ ଟ୍ରେନ୍‌ ବାତିଲ

ଭୁବନେଶ୍ୱର: ବାତ୍ୟା “ଦାନା’ ପାଇଁ ଦେଶର ବିଭିନ୍ନ ପ୍ରାନ୍ତରେ ଚାଲୁଥିବା ୧୭୮ଟି ଟ୍ରେନ୍ ବାତିଲ ହୋଇଛି । ଏନେଇ ପୂର୍ବ ତଟ ରେଳବାଇ ପକ୍ଷରୁ ବାତ୍ୟା ‘ଦାନା’କୁ ନଜରରେ ରଖି ଟ୍ରେନ୍ ବାତିଲ ଘୋଷଣା କରାଯାଇଛି । ଆସନ୍ତା ୨୩, ୨୪, ୨୫ ଓ ୨୬ ତାରିଖରେ ଏହି ସମସ୍ତ ଟ୍ରେନ ଚଳାଚଳ ବନ୍ଦ ରହିବ ବୋଲି ମଙ୍ଗଳବାର ରେଳ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ସାମୁଦ୍ରିକ ବାତ୍ୟା ‘ଦାନା’ ପ୍ରଭାବକୁ ଦୃଷ୍ଟିରେ ରଖି ରେଳଯାତ୍ରୀଙ୍କ ସୁରକ୍ଷା ନିମନ୍ତେ ଭାରତୀୟ ରେଳପଥ ପକ୍ଷରୁ ଉପକୂଳ ଓଡ଼ିଶା ଦେଇ ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ, ତାମିଲନାଡୁ, ଛତିଶଗଡ, ଝାଡଖଣ୍ଡ ସମେତ ଅନ୍ୟାନ୍ୟ ରାଜ୍ୟକୁ ଚଳାଚଳ କରୁଥିବା ୧୯୮ଟି ରେଳକୁ ବାତିଲ କରାଯାଇଛି । ଏହି ଟ୍ରେନ୍‌ ଗୁଡ଼ିକ ଆଜିଠାରୁ ୨୬ ତାରିଖ ମଧ୍ୟରେ ଚଳାଚଳ ବନ୍ଦ ରହିବ । ବାତିଲ ହୋଇଥିବା ମୋଟ ୧୯୮ ରେଳ ମଧ୍ୟରୁ ୯୪ଟି ଅପ୍‌ ଏବଂ ୧୦୪ଟି ଡାଉନ ଟ୍ରେନ ରହିଛି ।

ସେଥିମଧ୍ୟରେ ହାୱଡ଼ା-ସିକନ୍ଦରାବାଦ, ସାଲିମାର-ପୁରୀ, ନୂଆଦିଲ୍ଲୀ-ଭୁବନେଶ୍ବର, ହାୱଡ଼ା-ଭୁବନେଶ୍ୱର, ହାୱଡ଼ା-ପୁରୀ, ନୂଆଦିଲ୍ଲୀ-ପୁରୀ, ଖଡ଼ଗପୁର-ଖୋର୍ଦ୍ଧା, ସମ୍ବଲପୁର-ପୁରୀ, ରାଉରକେଲା-ଭୁବନେଶ୍ବର ବାତିଲ କରାଯାଇଛି । ସେହିପରି ସିକନ୍ଦରାବାଦ-ଭୁବନେଶ୍ୱର, ପୁଡୁଚେରୀ-ହାୱଡ଼ା, ପୁଡୁଚେରୀ-ଭୁବନେଶ୍ୱର ରେଳ ମଧ୍ୟ ବାତିଲ ହୋଇଥିବା ନେଇ ପୂର୍ବତଟ ରେଳପଥ ରେଳଯାତ୍ରୀଙ୍କ ନିମନ୍ତେ ଅବଗତ କରିଛି । ସେହିପରି ତିନି ଦିନ ମଧ୍ୟରେ ଟ୍ରାକରୁ ଟ୍ରେନ ଯିବ ବୋଲି ପ୍ରକାଶ କରିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com