ଆମ୍ବ ଟାକୁଆ ଯାଉ ଖାଇଲେ ଫଙ୍ଗଲ ସଂକ୍ରମଣ ହୋଇ ହେପାଟାଇଟିସ୍ ହଉଛି: ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ
ଭୁବନେଶ୍ଵର: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ମାଣ୍ତିପଙ୍କା ଗାଁରେ ଆମ୍ବ ଟାକୁଆ ଜାଉ ଖାଇ ଦୁଇ ମହିଳାଙ୍କର ମୃତ୍ୟୁ ଘଟିଛି । ଏଥିସହ ୬ ଜଣ ଗୁରୁତରଙ୍କୁ ଦୁଇ ଜଣଙ୍କୁ ଚିକିତ୍ସା ପାଇଁ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଥିବାବେଳେ ଅନ୍ୟ ୪ ଜଣଙ୍କୁ ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ଏକାଧିକ ଅଙ୍ଗ ପ୍ରଭାବିତ ହୋଇଥିବାରୁ ଆଇସିୟୁରେ ରଖାଯାଇଛି। ବାକି ୪ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ ଅଛି। ସେ ଅଞ୍ଚଳରେ ଅନ୍ୟ କୌଣସି ଏପରି ଆଉ ମାମଲା ଆସିନାହିଁ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର କହିଛନ୍ତି ।
ସେହିପରି ପୋଷ୍ଟ ମର୍ଟମ କି ଅନ୍ୟ ଖାଦ୍ୟ ରିପୋର୍ଟ ଆସିନି। ହେଲେ ଯାହା କ୍ଲିନିକାଲି ରିପୋର୍ଟରୁ ଜାଣିବାକୁ ମିଳିଛି, ଏସସିବିରେ ଚିକିତ୍ସା ହେଉଥିବା ରୋଗୀଙ୍କ ହେପାଟାଇଟିସ ହୋଇଛି । ଯାହା ଫଙ୍ଗାଲ ସଂକ୍ରମଣ ଯୋଗୁଁ ହୁଏ । ଏଥିରେ ଲିଭର ସମସ୍ୟା ଏବଂ କିଡନୀ ସମସ୍ୟା ହେବାରୁ, ପ୍ରଥମେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିଲା। ଯିଏ ଯେତେ ମାତ୍ରାରେ ଆମ୍ବ ଟାକୁଆ ଖାଇଛନ୍ତି, ସେତେ ମାତ୍ରାରେ ପ୍ରଭାବିତ ହୋଇଛନ୍ତି ।
ତେବେ ଏହାରି ମଧ୍ୟରେ ଆଜି ଜନ ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ଏକ ବଡ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି କଟକରେ ଚିକିତ୍ସାଧିନ ଥିବା ଦୁଇ ରୋଗୀଙ୍କ ହେପାଟାଇଟିସ୍ ହୋଇଛି । ଏହା ଫଙ୍ଗାଲ ଇନଫେକ୍ସନରୁ ହୋଇଛି । ଆମ୍ବ ଟାକୁଆ ଜାଉ ଯେଉଁ ପ୍ରଥମ ଦିନ ଖାଇଲେ, ସେଥିରେ କିଛି ହେଲାନି । ହେଲେ ଦୁଇ ଦିନ ରଖିକି ଯେଉଁ ଜାଉ ରୋଷେଇ ଖାଇଲେ, ତାହା ଫଙ୍ଗଲ ଗ୍ରୋଥ୍ ହୋଇଗଲା । ଯାହା ବିଷାକ୍ତ ହୋଇଗଲା ବୋଲି କହିଛନ୍ତି ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ।