ଓଡ଼ିଶା
ବାତ୍ୟା ଦାନର କ୍ଷୟକ୍ଷତି ଅନୁଧ୍ୟାନ କରିବେ କେନ୍ଦ୍ରୀୟ ଟିମ୍
ରାଜନଗର: ରାଜ୍ୟରେ ଲ୍ୟାଣ୍ଡଫଲ କରିଥିବା ବାତ୍ୟା ଦାନାକୁ ନେଇ ଆଜି କେନ୍ଦ୍ରୀୟ ଟିମ ଓଡ଼ିଶା ଆସୁଛନ୍ତି । ପ୍ରଭାବିତ ଅଂଚଳ ବୁଲି ବାତ୍ୟାର କ୍ଷୟକ୍ଷତି ଆକଳନ କରାଯିବ । ଯେଉଁ ସ୍ଥାନରେ ବାତ୍ୟାର ପ୍ରଭାବ ଅଧିକ ଥିଲା ସେହି ଅଂଚଳରେ ବାତ୍ୟା ବେଳେ ତଥା ବର୍ତ୍ତମାନର ସ୍ଥିତି କିପରି ତାହା ଅନୁଧ୍ୟାନ କରାଯିବ ।
ବିଶେଷ କରି କେନ୍ଦ୍ରପଡ଼ା ଜିଲ୍ଲାରେ ଏହାର ପ୍ରଭାବ ଅଧିକ ଦେଖାଯାଇଥିବା ବେଳେ ବିଭିନ୍ନ ଗାଁରେ ଏକର ଏକର ଚାଷ ଜମି, ଫସଲ ନଷ୍ଟ ହେବା ସହ କଚ୍ଚା ଘର ମଧ୍ୟ ଭାଙ୍ଗିଯାଇଥିଲା ।
ତେବେ କେନ୍ଦ୍ରୀୟ ଟିମ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରି ସ୍ଥିତି କ୍ଷୟକ୍ଷତି ଅନୁଧ୍ୟାନ କରିବେ । ପୂର୍ବରୁ ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ସ୍ଥିତି ଅନୁଧ୍ୟାନ କରାଯାଇ ଏକ ରିପୋର୍ଟ ପ୍ରସ୍ତୁତ କରାଯାଇଥିଲା । ଯେଉଁଥିରେ ବାତ୍ୟା ଦାନା ପାଖାପାଖି ୬ଶହ କୋଟିର କ୍ଷତି କରିଥିବା ରାଜ୍ୟ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଥିଲେ ।