
କନ୍ଧମାଳ: ଦାରିଙ୍ଗବାଡ଼ିକୁ ଫେରିଲା ଶୀତ । କାକର ପରଦାରେ ଘୋଡ଼ି ହେଲା କନ୍ଧମାଳର ଦାରିଙ୍ଗବାଡ଼ି ଅଂଚଳ । ଗତ ଦୁଇ ଦିନ ହେଲା ଅସହ୍ୟ ଶୀତ ଅନୁଭୂତ ହେଉଛି । ପ୍ରବଳ ଥଣ୍ଡା ଯୋଗୁ ଅଞ୍ଚଳବାସୀ ବିଭିନ୍ନ ସ୍ଥାନ ସମେତ ଘରେ ନିଆଁ ଲଗାଇ ବସୁଛନ୍ତି। ଧାନ କଟା in କାର୍ୟ୍ୟ ଚାଲିଥିବାବେଳେ ଘନ କୁହୁଡି ଓ ଶୀତ ଯୋଗୁଁ ଚାଷ କାମ ମଧ୍ୟ ବିଳମ୍ବ ହେଉଛି । ଗତ ନଭେମ୍ବର ୩୦ରୁ ଲଘୁଚାପ ଜନିତ ଝିପି ଝିପି ବର୍ଷା କାରଣରୁ ରାତ୍ରୀ ସମୟରେ ତାପମାତ୍ରା ବୃଦ୍ଧି ପାଉଥିଲା ଓ ଦିନରେ କୋହଲା ପାଗ ସହ ଶୀତ ଅନୁଭୂତ ହେଉଥିଲା କିନ୍ତୁ ଗତ ୨ ଦିନ ହେଲା ପାଗ ଶୁଖିଲା ରହିବା ସହ ଶୀତ ବୃଦ୍ଧି ପାଇଛି।