Breaking Newsଜାତୀୟରାଜନୀତି

ଇସ୍ତଫା ଦେଲେ ମୁଖ୍ୟମନ୍ତ୍ରୀ ଆତିଶୀ

ନୂଆଦିଲ୍ଲୀ : ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଆତିଶୀ । ଉପ ରାଜ୍ୟପାଳଙ୍କୁ ଭେଟି ନିଜର ଇସ୍ତଫା ପତ୍ର ଦେଲେ ଆତିଶୀ । ଗତକାଲି ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳ ଆସିଥିଲା । ଦୀର୍ଘ ୨୭ ବର୍ଷ ପରେ ଆପକୁ ଶୋଚନୀୟ ଭାବରେ ପରାଜୟ କରି ଦିଲ୍ଲୀ ଦାଖଲ କରିଛି ବିଜେପି। ଏଥର ବିଜେପି ପ୍ରାର୍ଥୀଙ୍କ ଠାରୁ ଅରବିନ୍ଦ କେଜ୍ରିୱାଲ ଓ ମନୀଷ ସିସୋଦିଆଙ୍କ ଭଳି ହେଭିୱେଟ ହାରିଥିଲେ ମଧ୍ୟ ଆପ୍‌ ର ସମ୍ମାନ ରଖିଥିଲେ ମୁଖ୍ୟମନ୍ତ୍ରୀ ଆତିଶୀ। ସେ କାଲକାଜୀ ଆସନରୁ ବିଜେପି ପ୍ରାର୍ଥୀ ରମେଶ ବିଧୁରୀଙ୍କୁ ପରାସ୍ତ କରି ବିଜୟ ହାସଲ କରିଥିଲେ ।

କାଲକାଜୀ ଆସନରେ ଏଥର ତ୍ରିମୁଖୀ ଲଢ଼େଇ ହେଉଥିଲା। ବିଜେପିର ରମେଶ ବିଧୁରୀ ଓ କଂଗ୍ରେସର ଅଳକା ଲାମ୍ବା ମୁଖ୍ୟମନ୍ତ୍ରୀ ଆତିଶୀଙ୍କୁ କଡ଼ା ଟକ୍କର ଦେଇଥିଲେ। ଏପରି କି ରମେଶ ବିଧୁରୀ ଆରମ୍ଭରୁ ଲିଡ ମଧ୍ୟ କରୁଥିଲେ। ପ୍ରାୟ ୧୦ ରାଉଣ୍ଡ ସୁଦ୍ଧା ରମେଶ ବିଧୁରୀ ୩ ହଜାରରୁ ଅଧିକ ଭୋଟ ଆଗରେ ଥିଲେ। କିନ୍ତୁ ଶେଷ ସମୟରେ ଆତିଶୀ କମବ୍ୟାକ କରିବା ସହ ରମେଶ ବିଧୁରୀଙ୍କୁ ହରାଇବାକୁ ସକ୍ଷମ ହୋଇଛନ୍ତି। ସେ ପ୍ରାୟ ୯୮୯ ଖଣ୍ଡ ଭୋଟରେ ବୁଧୁରୀଙ୍କୁ ପରାସ୍ତ କରିଛନ୍ତି।

 

 

Related Articles

Back to top button
WP Twitter Auto Publish Powered By : XYZScripts.com