ଓଡ଼ିଶା

ବିଏମ୍‌ସି ପକ୍ଷରୁ ଭୀମଭୋଇ ସାମର୍ଥ୍ୟ ଶିବିର ଆରମ୍ଭ

ଭୁବନେଶ୍ୱର :ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଓ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି )ର ମିଳିତ ଉଦ୍ୟମରେ ୬ ନମ୍ବରସ୍ଥିତ ବିଏମ୍‌ସି କଲ୍ୟାଣ ମଣ୍ଡପଠାରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ୨୦୨୪ -୨୫ ଓ ବୟୋଶ୍ରୀ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି ମେଳା ବିଏମ୍‌ସିର ୩ଟି ଜୋନ୍ ପାଇଁ ୩ ଦିନ ଅନୁଷ୍ଠିତ ହେବ । ଫେବୃଆରୀ ୮, ୧୧ ଓ ୧୩ ତାରିଖରେ ଜୋନ୍ ଓ୍ୱାରୀ ସେହି ୟୁନିଟ୍ ୬ କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ହେବ । ପ୍ରଥମେ ଦକ୍ଷିଣ-ପୂର୍ବ ଜୋନର ଭିନ୍ନକ୍ଷମ ସାମର୍ଥ୍ୟ ମେଳା ହୋଇଯାଇଛି। ଏହି ଶିବିରରେ ପ୍ରାୟ ୫ ଶହ ଭିନ୍ନକ୍ଷମ ବ୍ୟକ୍ତି ଯୋଗଦେଇଥିଲେ । ସେମାନଙ୍କର ଶାରିରୀକ, ମାନସିକ, ଚକ୍ଷୁ, କର୍ଣ୍ଣ ଆଦି ପରୀକ୍ଷା ହେବା ସହ ପ୍ରମାଣପତ୍ର ପ୍ରଦାନ କରାଯାଇଛି ।

ଏହା ବ୍ୟତୀତ ଏହି ଶିବିରରେ ସହାୟକ ଯନ୍ତ୍ର ଓ ଉପକରଣ ଚିହ୍ନଟ, କୃତ୍ରିମ ଅଙ୍ଗପ୍ରତ୍ୟଙ୍ଗ ପ୍ରଦାନ ନିମନ୍ତେ ମାପ, ଭିନ୍ନକ୍ଷମ ଭତ୍ତା ପଞ୍ଜିକରଣ, ଆବେଦନ, ଆତ୍ମନିଯୁକ୍ତି ଉପକରଣ ଆବେଦନ, ବାଣିଶ୍ରୀ ବୃତ୍ତି ଓ ଜାତୀୟ ବୃତ୍ତି ନିମନ୍ତେ ଆବେଦନ, ଭିନ୍ନକ୍ଷମ ପିତାମାନଙ୍କର ଉଚ୍ଚ ଶିକ୍ଷା ନିମନ୍ତେ ଆବେଦନ, ଭିନ୍ନକ୍ଷମ ମିଶନ କ୍ଷମତା ଜରିଆରେ ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ ପାଇଁ ଆବେଦନ, ଉଚ୍ଚ ଶିକ୍ଷା କରୁଥିବା ଦୃଷ୍ଟି ବାଧିତ ଛାତ୍ରଛାତ୍ରୀଙ୍କ ନିମନ୍ତେ ଲାପଟପ୍ ଆବେଦନ, ଭିନ୍ନକ୍ଷମ ବୈଷୟିକ ଶିକ୍ଷା ନିମନ୍ତେ ଆବେଦନ, ଭିନ୍ନକ୍ଷମ ବ୍ୟକ୍ତି ଏବଂ ଏକ ସାଧାରଣ ବ୍ୟକ୍ତିଙ୍କ ମଧ୍ୟରେ ବିବାହ ନିମନ୍ତେ ପ୍ରୋତ୍ସାହନ ରାଶି ନିମନ୍ତେ ଆବେଦନ, ଭିନ୍ନକ୍ଷମ ବ୍ୟକ୍ତିଙ୍କ ବସ୍ ପାସ୍ ପ୍ରଦାନ, ଆବାସ ଯୋଜନାରେ ଅନ୍ତର୍ଭୁକ୍ତ କରିବା ନିମନ୍ତେ ଆବେଦନ, ବରିଷ୍ଠ ନାଗରିକମାନଙ୍କ ନିମନ୍ତେ ସହାୟକ ଯନ୍ତ୍ର ଓ ଉପକରଣ ଚିହ୍ନଟ, ଆଧାରକାର୍ଡ ପଞ୍ଜିକରଣ ଆବେଦନ ଇତ୍ୟାଦି କରିପାରିବେ ।

ଆସନ୍ତା ୧୧ ଓ ୧୩ ତାରିଖ ଦିନ ଏହି ଶିବିର ଅନୁଷ୍ଠିତ ହେବ । ଯେଉଁମାନଙ୍କର ପ୍ରମାଣପତ୍ର ହୋଇନାହିଁ, ସେମାନେ ମଧ୍ୟ ଏହି ଶିବିରରେ ଯୋଗଦେବା ପାଇଁ ବିଏମ୍‌ସି ପକ୍ଷରୁ କୁହାଯାଇଛି । ବିଏମ୍‌ସି ର ସାମାଜିକ ସୁରକ୍ଷା ଦାୟିତ୍ଵରେ ଥିବା ଡେପୁଟି କମିଶନର ଶ୍ରୀମତୀ କାଜଲ ପ୍ରଧାନ ଓ ଖୋର୍ଦ୍ଧା ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ଦିଲ୍ଲୀପ କୁମାର ହୀୟlଲ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ l କ୍ୟାପିଟାଲ ହସ୍ପିଟାଲ ର ୬ ଜଣ ବିଶେଷଜ୍ଞଙ୍କ ସାଙ୍ଗକୁ ୨୦୦ ସ୍ଵେଚ୍ଛାସେବୀ ଏବଂ ସ୍ଥାନୀୟ କମ୍ୟୁନିଟି ଅର୍ଗାନାଇଜର ମାନେ ଏଥିରେ ସହଯୋଗ କରିଥିଲେ l

Related Articles

Back to top button
WP Twitter Auto Publish Powered By : XYZScripts.com