
ପଶ୍ଚିମବଙ୍ଗ: ସୌରଭ ଗାଙ୍ଗୁଲିଙ୍କ କାର ଦୁର୍ଘଟଣା । ଅଳ୍ପକେ ବର୍ତ୍ତିଲେ ଦାଦା । ଭାରତୀୟ କ୍ରିକେଟ ଦଳର ପୂର୍ବତନ କ୍ୟାପଟେନ ସୌରଭ ଗାଙ୍ଗୁଲିଙ୍କର ବଶ୍ଚିମବଙ୍ଗ ଦୁର୍ଗା ଏକ୍ସପ୍ରେସୱେରେ ହୋଇଛି ଦୁର୍ଘଟଣା । ଏଥିରେ ତାଙ୍କର କୌଣସି କ୍ଷତି ହୋଇନଥିବା ସୂନା ରହିଛି । ଏକ କାର୍ୟ୍ୟକ୍ରମରେ ଯୋଗଦେବା ପାଇଁ ବର୍ଦ୍ଧମାନ ଯାଉଥିଲେ ଦାଦା । ତେବେ ଦୁର୍ଗାପୁର ଏକ୍ସପ୍ରେସୱେ’ର ଦନ୍ତନପୁର ନିକଟରେ ହଠାତ ଏକ ଟ୍ରକ ତାଙ୍କ ଗାଡ଼ି ଆଗକୁ ଚାଲିଆସିଥିଲା । ଗାଙ୍ଗୁଲିଙ୍କ ଗାଡ଼ିର ଡ୍ରାଇଭର ବ୍ରେକ୍ ମାରିବାରୁ ପଛରେ ଥିବା କାର୍ ପରସ୍ପରକୁ ଧକ୍କା ଦେଇଥିଲା । ଯେଉଁଥିରେ ଗାଙ୍ଗୁଲିଙ୍କ କାର୍ ମଧ୍ୟ ଧକ୍କା ହୋଇଥିଲା । ଗାଙ୍ଗୁଲି କିମ୍ବା ତାଙ୍କ ସହିତ ଯାଉଥିବା କାହାରିକୁ କୌଣସି କ୍ଷତି ହୋଇନାହିଁ । କିନ୍ତୁ ସାମାନ୍ୟ ଦୁର୍ଘଟଣା ପାଇଁ ତାଙ୍କୁ କିଛି ସମୟ ରହିବାକୁ ପଡ଼ିଥିଲା । ଏହାପରେ ବର୍ଦ୍ଧମାନ ବିଶ୍ବବିଦ୍ୟାଳୟର କାର୍ୟ୍ୟକ୍ରମରେ ଯୋଗଦେବାକୁ ଚାଲିଯାଇଥିଲେ ।