କ୍ରୀଡ଼ା

ନ୍ୟୁଜିଲାଣ୍ଡକୁ ହରାଇ ବାଜିମାତ୍ ମାରିଲା ଟିମ୍ ଇଣ୍ଡିଆ: ଅଷ୍ଟ୍ରେଲିଆ ସହ ସେମିଫାଇନାଲ ଖେଳିବ ଭାରତ

ଦୁବାଇ: ଚାମ୍ପିଅନ୍ସ ଟ୍ରଫିର ଶେଷ ଗ୍ରୁପ୍ ଷ୍ଟେଜ୍ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ହରାଇବା ପରେ ଅଷ୍ଟ୍ରେଲିଆ ସହ ସେମିଫାଇନାଲ ଖେଳିବ ଭାରତ। ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମଠାରେ ଖେଳାଯାଇଥିବା ଶେଷ ଗ୍ରୁପ୍ ଷ୍ଟେଜ୍ ମ୍ୟାଚରେ ରୋହିତ ବାହିନୀ ନ୍ୟୁଜିଲାଣ୍ଡ ଦଳକୁ ୪୪ ରନରେ ପରାସ୍ତ କରିଛି। ମ୍ୟାଚରେ ନ୍ୟୁଜିଲାଣ୍ଡ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଆରମ୍ଭରୁ ହିଁ ନିଜର ତାରକା ବ୍ୟାଟ୍ସମ୍ୟାନଙ୍କୁ ହରାଇ ସଂକଟରେ ପଡ଼ିଥିଲା । ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୯ ଓ୍ବିକେଟ ହରାଇ ୨୪୯ ରନ କରିଥିଲା । ଅନ୍ୟପଟେ ୨୫୦ ବିଜୟ ଲକ୍ଷ୍ୟକୁ ପିଛା କରି ନ୍ୟୁଜିଲାଣ୍ଡ ଆରମ୍ଭ କରିଥିଲା ରଣନୀତି । ହେଲେ ଭାରତୀୟ ବୋଲରଙ୍କ ଆଗରେ କିଓ୍ବି ଟିମର ରଣନୀତି ଫେଲ ମାରିଥିଲା।

୪୫ ଓଭର ୩ ବଲରେ ୨୦୫ ରନ କରି ନିଜର ସମସ୍ତ ଓ୍ବିକେଟ ହରାଇଥିଲା ନ୍ୟୁଜିଲାଣ୍ଡ । ତେବେ କମ ରନ ସତ୍ତ୍ବେ ଭାରତୀୟ ବୋଲର ନ୍ୟୁଜିଲାଣ୍ଡ ଟିମକୁ ଧରାଶାୟୀ କରିବାରେ ସକ୍ଷମ ହୋଇଥିଲେ । ବରୁଣ ଚକ୍ରବର୍ତ୍ତୀ ସର୍ବାଧିକ ୫ଟି ଓ୍ବିକେଟ ନେଇଥିବା ବେଳେ କୁଲଦୀପ ଯାଦବ ୨ ଓ୍ବିକେଟ ନେଇଛନ୍ତି । ସେହିପରି ନ୍ୟୁଜିଲାଣ୍ଡର କେନ ଓ୍ବିୟିଲିୟମ ସର୍ବାଧିକ ୮୧ ରନ କରିଥିବା ବେଳେ ମାଟ ହେନରୀ ସର୍ବାଧିକ ୫ ଓ୍ବିକେଟ ନେଇଥିଲେ ।

Related Articles

Back to top button