Featuredଓଡ଼ିଶା

ଆସୁଛି କାଳବୈଶାଖୀ! ମିଳିବ ତାତିରୁ ତ୍ରାହି

ଭୁବନେଶ୍ୱର: ଆସୁଛି କାଳବୈଶାଖୀ । ବଡ଼ ବର୍ଷା ସହ ବିଜୁଳି ଓ ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି । ଏହା ସହ ତାତିରୁ ମିଳିବ ତ୍ରାହି । ଏନେଇ ଆକଳନ କରିଛି ପାଣିପାଗ ବିଭାଗ । ତେବେ ରାଜ୍ୟରେ ଏବେ ଉପର ମୁହାଁ ପାରଦ । ଟାଇଁ ଟାଇଁ ଖରାରେ କଲବଲ ହେଉଛନ୍ତି ରାଜ୍ୟବାସୀ । ବିଭିନ୍ନ ସ୍ଥାନରେ ପାରଦ ୪୨ ଡିଗ୍ରୀ ଛୁଇଁସାରିଛି । ତେବେ ପାଣିପାଗ ବିଭାଗର ବର୍ଷା ଆକଳନ ପରେ ତାତିରୁ ତ୍ରାହି ମିଳିବ ବୋଲି ଆଶା କରାଯାଉଛି । ତେବେ ୧୯ରୁ ବର୍ଷାର ସମ୍ଭାବନା ରହିଛି । ୨୨ ପର୍ଯ୍ୟନ୍ତ ଏହି ବର୍ଷା ଜାରି ରହିବ ବୋଲି ଆକଳନ କରିଛନ୍ତି ପାଣିପାଗ ବିଜ୍ଞାନୀ ।

Related Articles

Back to top button
WP Twitter Auto Publish Powered By : XYZScripts.com