Featuredଜାତୀୟ

ରାଜଧାନୀରେ ସବୁଠୁ ମହଙ୍ଗା ବାହାଘର । ୩୦ହଜାର ଗେଷ୍ଟଙ୍କୁ ରିଟର୍ଣ୍ଣ ଗିଫ୍ଟ । ମେନୁରେ ୧୦୦ରୁ ଅଧିକ ପ୍ରକାର ଖାଦ୍ୟ

ହରିୟାଣା: ବିବାହରେ ମିଳିଥିଲା ହେଲିକପ୍ଟର । ୩୦ହଜାର ଅତିଥିଙ୍କୁ କରାଯାଇଥିଲା ନିମନ୍ତ୍ରଣ । ମେନୁରେ ସମସ୍ତଙ୍କୁ ପରସା ଯାଇଥିଲା ୧୦୦ପ୍ରକାରରୁ ଅଧିକ ଖାଦ୍ୟ । ଅତିଥିଙ୍କୁ ପରିବେଷଣ କରିଥିଲେ ୧ହଜାର କର୍ମଚାରୀ । କିନ୍ତୁ ସବୁଠୁ ବଡ କଥା ହେଲା ଏହି ଉତ୍ସବର ମୁଖ୍ୟ ଆକର୍ଷଣ ଥିଲା ହେଲିକପ୍ଟର । ଯାହାକି ଉପହାର ଆକାରରେ ବରକୁ ଦେଇଥିଲେ କନ୍ୟାପକ୍ଷ । ତେବେ ଦର୍ଶକ ବନ୍ଧୁ ଆପଣ ଭାରତରେ ଅନେକ ବିବାହ ଦେଖିଥିବେ । ଯେଉଁଠି ପାଣି ଓ ଗୋଡି ମାଟି ଭଳି ଭଳି ଖର୍ଚ୍ଚ ହୁଏ ଟଙ୍କା । ଦେଶର ଅନେକ ବଡ ବଡ ନେତା ହୁଅନ୍ତୁ କି ସେଲିବ୍ରେଟି କି ଶିଳ୍ପପତି କି ବ୍ୟବସାୟୀ, ପ୍ରାୟ ସମସ୍ତେ ବାହାଘର ପାଇଁ ଉଡାଇଛନ୍ତି କୋଟି କୋଟି ଟଙ୍କା । ଖୁବ ଧୁମଧାମରେ ଜାକଜକମରେ କରିଛନ୍ତି ସେଲିବ୍ରେସନ । କିନ୍ତୁ କେବେ ଶୁଣିଛନ୍ତି କି ବିବାହରେ ହେଲିକପ୍ଟର ଉପହାର ମିଳିବା କଥା । ଯଦିଓ ଏହି ଖବର ବହୁତ ପୁରୁଣା, ହେଲେ ଏହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

୨୦୧୧ ମସିହାର ଏହି ବିବାହକୁ ନେଇ ସମସ୍ତଙ୍କ ମନରେ ଉତ୍ସାହ ସୃଷ୍ଟି ହୋଇଛି । ହରିୟାଣାର ଜୈନପୁର ଗାଁରେ ଆୟୋଜିତ ହୋଇଥିଲା ଏହି ବଡ ବିବାହ ଉତ୍ସବ । ୧୨ଟି ଏଲଇଡି ସ୍କ୍ରିନରେ ଏହାକୁ ଉପଭୋଗ କରୁଥିଲେ ଲୋକେ । ଏଥିରେ ସାମିଲ ହୋଇଥିବା ଅତିଥିଙ୍କୁ ମିଳିଥିଲା ୧୧ହଜାର ଟଙ୍କାର ରିଟର୍ଣ୍ଣ ଗିଫ୍ଟ । ହେଲେ ସବୁଠୁ ଚର୍ଚ୍ଚାରେ ଥିଲା ବେଲ ୪୨୯ ହେଲିକପ୍ଟର । ଏହି ୫ଆସନ ବିଶିଷ୍ଟ ଚପରର ଦାମ ଥିଲା ପ୍ରାୟ ୩୩କୋଟି ଟଙ୍କା । କେବଳ ସେତିକି ନୁହେଁ ହେି ସମୟରେ ଅନେକ ଇଭେଂଟ ମଧ୍ୟ କରାଯାଇଥିଲା । ଯେମିତି କି ପ୍ରି-ୱେଣ୍ଡିଂରେ ୨ହଜାର ଅତିଥିଙ୍କୁ ୩୦ଗ୍ରାମର ରୂପା ବିସ୍କୁଟ, ଏକ ସଫାରୀ ସୁଟ ଓ ୨୧ଶହ ଟଙ୍କା ଦିଆଯାଇଥିଲା । ତେବେ ନୂଆଦିଲ୍ଲୀର ସବୁଠାରୁ ମହାଆଡମ୍ବରପୂର୍ଣ୍ଣ ବିବାହର ଏହା ସାକ୍ଷୀ ଥିଲା । କଂଗ୍ରେସ ନେତା କନୱର ସିଂହ ତନୱରଙ୍କ ପୁଅ ଲଳିତ ତନୱର ଓ ପୂର୍ବତନ ସୋହନା ବିଧାୟକ ସୁଖବୀର ସିଂହ ଜୈନପୁରିଆଙ୍କ ଝିଅ ୟୋଗିତା ଜୈନାପୁରିଆଙ୍କ ମଧ୍ୟରେ ଏହି ବିବାହ ହୋଇଥିଲା । ଏଥିରେ ୧୦୦କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଥିବା କୁହାଯାଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com