ଓଡ଼ିଶା

କରଞ୍ଜିଆ ଉପଖଣ୍ଡରେ ହାତୀପଲଙ୍କ ଉପଦ୍ରବ

ମୟୂରଭଞ୍ଜ : କରଞ୍ଜିଆ ଉପଖଣ୍ଡରେ ଥମୁନାହିଁ  ହାତୀମାନଙ୍କ ଉପଦ୍ରବ । ମାତିଛନ୍ତି ୨୭ ଟିକିଆ ହାତୀପଲ । ମଙ୍ଗଳବାର ବିଳମ୍ବିତ ରାତିରେ କରଞ୍ଜିଆ ରେଞ୍ଜ ଅଧିନସ୍ଥ ବିଭିନ୍ନ ସ୍ଥାନରେ ହାତୀପଲ ଘର ଭାଙ୍ଗିବା ସହିତ ବ୍ୟାପକ କ୍ଷୟକ୍ଷତି କରିଛନ୍ତି । ୫୦ରୁ ଉର୍ଦ୍ଧ୍ବ ଗାଁରେ ନିଦ ହଜାଇଛନ୍ତି ହାତୀପଲ ।  ଏବେ ହାତୀମାନେ ୨ ଭାଗ ହୋଇ ବୁଲୁଛନ୍ତି । ମହୁଳିଆଶୁଲି ଜଙ୍ଗଲରେ ୧୦ ଏବଂ ମୁକୁନାରେ ୧୭ଟି ହାତୀ ଥିବାର ସୂଚନା ଦେଇଛନ୍ତି କରଞ୍ଜିଆ ରେଞ୍ଜ ଅଫିସର । ହାତୀମାନଙ୍କୁ ଜନ ବସତି ଠାରୁ ଦୂରକୁ ଘଉଡ଼ାଇବା କାର୍ଯ୍ୟ ଜାରି ରଖିଛି ବନ ବିଭାଗ ।

Related Articles

Back to top button
WP Twitter Auto Publish Powered By : XYZScripts.com