ପୂର୍ବତ୍ତନ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ପ୍ରାଣଘାତି କର୍କଟ ରୋଗ !

ଓ୍ବାଶିଂଟନ,୧୯ା୫: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜୋ ବାଇଡେନ ପ୍ରୋଷ୍ଟେଟ୍ କ୍ୟାନସର ରୋଗରେ ପୀଡ଼ିତ ଥିବା ଜଣାପଡିଛି । ସୂଚନା ମୁତାବକ , ତାଙ୍କ କ୍ୟାନସର ରୋଗ ଗ୍ଲେସନ ସ୍କୋର ୯ ଥିଲା ଅର୍ଥାତ୍ ଏହା ଏକ ମାରାତ୍ମକ କ୍ୟାନସର ରୋଗ ଥିଲା। ଏହି କ୍ୟାନସର ବ୍ୟାପି ସାରିଛି, ଯାହାକୁ ଡାକ୍ତରୀ ଭାଷାରେ ମେଟାଷ୍ଟାସିସ୍ କୁହାଯାଏ, କିନ୍ତୁ ଏହା ହରମୋନ-ସମ୍ବେଦନଶୀଳ, ଓ ପ୍ରଭାବଶାଳୀ ଚିକିତ୍ସା ଆବଶ୍ୟକ କରେ। ପରିସ୍ଥିତି ଯଦିଓ ଗମ୍ଭୀର ଅଟେ ଏହାର ଚିକିତ୍ସା ଉପଲବ୍ଧ ଅଛି |
ବାଇଡେନଙ୍କ ସ୍ବାସ୍ଥ୍ୟାବସ୍ଥା ଖବର ପାଇବା ପରେ, ବହୁ ପୂର୍ବତନ ଏବଂ ବର୍ତ୍ତମାନର ଆମେରିକୀୟ ନେତା ତାଙ୍କର ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି। ବାରାକ ଓବାମା କହିଛନ୍ତି, ମିଚେଲ ଏବଂ ସେ ବାଇଡେନଙ୍କ ଶୀଘ୍ର ଆରୋଗ୍ୟ କାମନା କରୁଛୁ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ମେଲାନିଆ ଏବଂ ମୁଁ ଜୋ ଏବଂ ତାଙ୍କ ପରିବାର ପାଇଁ ପ୍ରାର୍ଥନା କରୁଛୁ ଓ ତାଙ୍କର ସଫଳ ଚିକିତ୍ସା କାମନା କରୁଛୁ। ପୂର୍ବତ୍ତନ ଆମେରିକା ଉପରାଷ୍ଟ୍ରପତି କମଳା ହାରିସ କହିଛନ୍ତି, ଜୋ ବାଇଡେନ ଜଣେ ଫାଇଟର ଓ ସେ ଏହି ମାରାତ୍ମକ ରୋଗକୁ ହରାଇ ଖୁବ ଶୀଘ୍ର ସୁସ୍ଥ ହୋଇଯିବେ |