ଜାତୀୟ
ରାହୁଲ ଗାନ୍ଧୀଙ୍କ ଭାବପ୍ରବଣ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ,୨୧।୫: କଂଗ୍ରେସ ନେତା ରାହୁଲ ଗାନ୍ଧୀ ତାଙ୍କ ପିତା ତଥା ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ପୁଣ୍ୟତିଥିରେ ତାଙ୍କୁ ସ୍ମରଣ କରିଛନ୍ତି। ରାଜୀବ ଗାନ୍ଧୀଙ୍କ ୩୪ତମ ଶ୍ରାଦ୍ଧ ବାର୍ଷିକ ଅବସରରେ ରାହୁଲ ଭାବ ପ୍ରବଣ ହୋଇ ସୋସିଆଲ ମିଡିଆରେ ଏକ ପୋଷ୍ଟ ଶେୟାର କରିଛନ୍ତି। ସେ ସୋସିଆଲ ମିଡିଆରେ ରାଜୀବ ଗାନ୍ଧୀଙ୍କ ସମାଧିର ଫଟୋ ମଧ୍ୟ ଶେୟାର କରିଛନ୍ତି।
ରାହୁଲ ଏକ୍ସର କ୍ୟାପସନରେ ଲେଖିଛନ୍ତି, ‘ପାପା, ତୁମର ସ୍ମୃତି ମୋତେ ପ୍ରତ୍ୟେକ ପଦକ୍ଷେପରେ ମାର୍ଗଦର୍ଶନ କରେ। ମୋର ସଂକଳ୍ପ ହେଉଛି ତୁମର ସ୍ବପ୍ନକୁ ସାକାର କରିବା – ଏବଂ ମୁଁ ନିଶ୍ଚିତ ଭାବରେ ସେଗୁଡ଼ିକୁ ପୂରଣ କରିବି।’
କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ତାଙ୍କ ଶ୍ରାଦ୍ଧ ବାର୍ଷିକୀରେ ରାଜୀବ ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କୁ ମଧ୍ୟ ମନେ ପକାଇଛନ୍ତି। ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛ