‘ମାଇ ପଞ୍ଜାବୀ ନିକାହ୍’ ସଂଜୟ ଦତ୍ତ ଓ ଆୟୁଷ ଶର୍ମାଙ୍କ ନୂଆ ସିନେମା

ନୂଆ ଦିଲ୍ଲୀ,୨୨/୦୫: ଅଭିନେତା ସଂଜୟ ଦତ୍ତ ଓ ଆୟୁଷ୍ ଶର୍ମାଙ୍କ ଆସନ୍ତା ସିନେମାର ନାମ ଘୋଷିତ ‘ମାଇ ପଞ୍ଜାବୀ ନିକାହ୍’। ଏହି କମେଡି ଭରା ଚଳଚ୍ଚିତ୍ରରେ ଅନ୍ୟ ଜଣେ ଅଭିନେତା ଅନୁ କପୂର ମଧ୍ୟ ଅଛନ୍ତି। ଏହି ସିନେମାର ନିର୍ଦ୍ଦେଶନା କରୁଛନ୍ତି ସୋହେଲ୍ ଖାନ୍।
ସୋହେଲ୍ ଖାନ୍ ନିଜ ସୋସିଆଲ୍ ମିଡ଼ିଆ ହାଣ୍ଡେଲରେ ଏହି ଅପଡେଟ୍କୁ ଶେୟାର୍ କରିଥିଲେ। ଏଥିରେ ସେ ଏହି ଫିଲ୍ମ ଜରିଆରେ ଜଣେ “ସୁନ୍ଦର ଓ ରହସ୍ୟମୟୀ” ନୂତନ ନାୟିକାଙ୍କୁ ଉପସ୍ଥାପନ କରିବା ବିଷୟରେ ମଧ୍ୟ କହିଛନ୍ତି, କିନ୍ତୁ ତାଙ୍କ ନାମ ଖୋଲାସା କରିନାହାନ୍ତି।
ଏହି ଫିଲ୍ମ ଲାଗି ସୋହେଲ୍ ଖାନ୍ ପଞ୍ଜାବ ଓ ହରିୟାଣାର ବିଭିନ୍ନ ଉଚ୍ଚ ପଦଧାରୀ ରାଜନୈତିକ ନେତାଙ୍କ ସହିତ ଭେଟ କରିଥିଲେ। ସେ ଗଭର୍ନର ଗୁଲାବ ଚନ୍ଦ କଟାରିଆ, ହରିୟାଣାର ମୁଖ୍ୟମନ୍ତ୍ରୀ ନୟାବ ସିଂହ ସੈନୀ ଓ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କ ସହ ଭେଟି ସିନେମା ପାଇଁ ସହଯୋଗ ଓ ସମର୍ଥନ ପାଇଥିବା ବିଷୟରେ ତାଙ୍କ ସୋସିଆଲ ମିଡ଼ିଆ ରେ ପ୍ରକାଶ କରିଥିଲେ |
ସେ ଆହୁରି ମଧ୍ୟ ଲେଖିଥିଲେ ଯେ ,“ମୋ ନୂତନ ସିନେମା ‘ମାଇ ପଞ୍ଜାବୀ ନିକାହ୍’ ଯାତ୍ରାର ଆରମ୍ଭ ହେଇଛି ଏବଂ ଏହି ସିନେମାରେ ସଂଜୟ ଦତ୍ତ, ଅନୁ କପୂର, ଆୟୁଷ ଶର୍ମା ଓ ଜଣେ ନୂତନ ସୁନ୍ଦର ଓ ରହସ୍ୟମୟୀ ନାୟିକା ଅଛନ୍ତି। ”
ଏହି ଫିଲ୍ମର ଶିରୋନାମ ଦେଖି ଅନୁମାନ କରାଯାଉଛି ଯେ ଏଥିରେ ଧର୍ମୀୟ ଭିନ୍ନତା ବା ଦୁଇ ଶକ୍ତିଶାଳୀ ଧର୍ମ ମଧ୍ୟରେ ମିଳନ ଦେଖାଯିବ, କିନ୍ତୁ ସେଠାରେ ହୃଦୟସ୍ପର୍ଶୀ ଓ ହାସ୍ୟପଦ ଆଖ୍ୟାନ ରହିବ।