
ମୁମ୍ବାଇ ୧୩/୬:ଅଭିନେତ୍ରୀ କରିଶ୍ମା କପୂରଙ୍କ ପୂର୍ବତ୍ତନ ସ୍ୱାମୀଙ୍କ ପରଲୋକ । ମାତ୍ର ୫୩ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ସେ ଇଂଲଣ୍ଡରରେ ପୋଲୋ ଖେଳୁଥିବା ସମୟରେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ତାଙ୍କ ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ, ସଞ୍ଜୟ ଅହମଦାବାଦରେ ହୋଇଥିବା ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାର ମୃତକଙ୍କ ପ୍ରତି ସମବେଦନା ଜଣାଇ ଏକ୍ସରେ ଏକ ଦୁଃଖଭରା ପୋଷ୍ଟ କରିକରିଥିଲେ । ଏହି ପୋଷ୍ଟ କରିସାରି ସେ ପୋଲୋ ଖେଳିବାକୁ ଯାଇଥିଲେ। ପୋଲୋ ଖେଳିବା ସମୟରେ ହିଁ ତାଙ୍କର ହଠାତ୍ ହୃଦଘାତ ହୋଇଥିଲା ଓ ସେ ପ୍ରାଣ ହରାଇଥିଲେ। କରିଶ୍ମା କପୂରଙ୍କ ସହ ଛାଡପତ୍ର ପରେ ସଞ୍ଜୟ ପ୍ରିୟା ସଚ୍ଚଦେବଙ୍କୁ ବିବାହ କରିଥିଲେ। ଯିଏ କି ଜଣେ ଅଭିନେତ୍ରୀ ଏବଂ ମଡେଲ।ସୂଚନାଯୋଗ୍ୟ ଯେ ସଞ୍ଜୟ ଏବଂ କରିଶ୍ମା ୨୦୦୩ ମସିହାରେ ବିବାହ କରିଥିଲେ,ଯାହା ତାଙ୍କର କରିଶ୍ମାଙ୍କ ସହ ଦ୍ୱିତୀୟ ବିବାହ ଥିଲା ଏବଂ ସେମାନଙ୍କର ଦୁଇଟି ସନ୍ତାନ ସମାଇରା ଏବଂ କିୟାନ୍ ଅଛନ୍ତି। ଦୁହେଁ ୨୦୧୪ ମସିହାରେ ଅଲଗା ହୋଇଯାଇଥିଲେ ଏବଂ ୨୦୧୬ ମସିହାରେ ଛାଡପତ୍ର ନେଇଥିଲେ। ଏହା ପରେ ସଞ୍ଜୟ ୨୦୧୭ ମସିହାରେ ମଡେଲ ପ୍ରିୟା ସଚଦେବଙ୍କୁ ତୃତୀୟ ବିବାହ କରିଥିଲେ ଏବଂ ତାଙ୍କ ସହ ଗୋଟେ ପୁଅ ବି ଅଛି ।