ଜନଗଣନା ପାଇଁ ବିଜ୍ଞପ୍ତି ଜାରି,ଦେଶରେ ପ୍ରଥମ ଥର ପାଇଁ କରାଯିବ ଜାତିଗତ ଜନଗଣନା ।

ଭୁବନେଶ୍ୱର ୧୬/ଜୁନ୍ :ଦେଶରେ ଆରମ୍ଭ ହୋଇଛି ଜନଗଣନା ପାଇଁ ପ୍ରକ୍ରିୟା। ଏଥିନିମନ୍ତେ କେନ୍ଦ୍ର ସରକାର ଜାରିକଲେ ବିଜ୍ଞପ୍ତି । ଜନଗଣନା ଅଧିନିୟମ ୧୯୩୯ ଅନୁସାରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ପାଖରୁ ଜାରି କରାଯାଇଛି ବିଜ୍ଞପ୍ତି । ଜନଗଣନା ଦୁଇଟି ପର୍ଯାୟରେ ହବାକୁ ଯାଉଛି । ୨୦୨୬ ଅକ୍ଟୋବର ୧ ପହିଲାରେ ପ୍ରଥମ ପର୍ଯ୍ୟାୟ ଓ ୨୦୨୭ ମାର୍ଚ୍ଚ ୧ ପହିଲାରେ ଦ୍ୱିତୀୟ ପର୍ଯ୍ୟାୟ ଜନଗଣନା ହେବ ବୋଲି କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ପ୍ରଥମ ପର୍ଯ୍ୟାୟରେ ହିମାଞ୍ଚଳ ପ୍ରଦେଶ,ଲଦାଖ,ଜମ୍ମୁକାଶ୍ମୀର,ଉତ୍ତରାଖଣ୍ଡରେ ଅକ୍ଟୋବର ୧, ୨୦୨୬ରେ ଜନଗଣନା କରାଯିବ । ଆଉ ବାକି ରହିଥିବା ରାଜ୍ୟ ଗୁଡିକରେ ଦ୍ୱିତୀୟ ପର୍ଯ୍ୟାୟ ତଥା ୨୦୨୭ ମାର୍ଚ୍ଚ ୧ରେ ଜନଗଣନା ହେବ । ଭାରତରେ ପ୍ରଥମ ଥର ପାଇଁ ଜାତିଗତ ଜନଗଣନା ହବାପାଇଁ ଯାଉଛି , ଏହା ନିଶ୍ଚିନ୍ତ ଭାବରେ ଏକ ବଡ ପଦକ୍ଷେପ।ଦେଶରେ ଆଗରୁ କେବେବି ଜାତିଗତ ଜନଗଣନା ହୋଇନାହିଁ ପ୍ରଥମ ଥର ପାଇଁ ହବାକୁ ଯାଉଛି । ଯେଉଁ କର୍ମଚାରୀ ମାନେ ଜନଗଣନା କରିବେ ସେମାନଙ୍କୁ ପ୍ରଥମେ ତାଲିମ ଦିଆଯିବ, ଏବଂ ତା ପରେ ଜନଗଣନା ପାଇଁ ଯିବେ। ଭାରତରେ ଶେଷ ଜନଗଣନା ୨୦୧୧ ମସିହାରେ କରାଯାଇଥିଲା। ପରବର୍ତ୍ତୀ ଜନଗଣନା ୨୦୨୧ ମସିହାରେ ହେବାର ଥିଲା କିନ୍ତୁ ଡାଇରିଆ କୋଭିଡ-୧୯ ମହାମାରୀ ଯୋଗୁଁ ଏହାକୁ ସ୍ଥଗିତ ରଖାଯାଇଛି।