New speed and connectivity through modern bypass road network in Odisha.

ଓଡିଶା ୨୨/ଜୁଲାଇ : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦିଗଦର୍ଶନରେ ଓଡିଶାର ନିର୍ମାଣ ବିଭାଗ ଭିଜନ ୨୦୩୬କୁ ଆଖିଆଗରେ ରଖି ସାରା ରାଜ୍ୟକୁ ପ୍ରଗତିଶୀଳ ଓ ଆଧୁନିକ ରୂପ ଦେବା ପାଇଁ ଏକ ସୁଦୃଢ ସଡ଼କ ନେଟୱର୍କ ଗଠନରେ ଲାଗିଛି। ଦ୍ରୁତ ଜନସଂଖ୍ୟା ବୃଦ୍ଧି ଓ ଯାନବାହନ ସଂଖ୍ୟା ବଢିବାରୁ ଭିତର ସହର ଅଞ୍ଚଳରେ ଭିଡ଼ ଓ ଯାତ୍ରା ସମୟ ବଢିଯାଇଛି। ଏହି ସମସ୍ୟାର ସମାଧାନ ଭାବେ ବିଭିନ୍ନ ସହର ଓ ଉପନଗର ଅଞ୍ଚଳରେ ବାଇପାସ ରାସ୍ତା ନିର୍ମାଣ କାର୍ଯ୍ୟ ଶୁରୁ ହୋଇଛି। ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ନିର୍ଦ୍ଦେଶରେ ଏହି ବାଇପାସ ଯୋଜନା ଅନେକ ସହର ରେ ଚାଲୁଛି, ଯାହା ଗମନାଗମନ ସମୟ ଓ ଦୂରତ୍ୱ ହ୍ରାସ କରିବା ସହିତ ଅନେକ ଶିଳ୍ପ ଓ ବ୍ୟବସାୟ କେନ୍ଦ୍ରକୁ ଯୋଡିବ। ବର୍ତ୍ତମାନ ରାଜ୍ୟରେ ୪୮ କିମି ଦୀର୍ଘ ୧୦ଟି ବାଇପାସ ରାସ୍ତା ନିର୍ମାଣ ଧୀନ ଅବସ୍ଥାରେ ଅଛି, ଯାହା ପାଇଁ ୧୪୯୨୯୦.୮୫ ଲକ୍ଷ ଟଙ୍କା ବ୍ୟୟ ଅନୁମୋଦିତ। ଏହା ସହିତ ଆସନ୍ତା ଆର୍ଥିକ ବର୍ଷ ୨୦୨୫–୨୬ ପାଇଁ ୩୨ କିମି ଦୀର୍ଘ ୬ଟି ନୂଆ ବାଇପାସ ପାଇଁ ୨୭୭୯୧.୫୭ ଲକ୍ଷ ଟଙ୍କା ବ୍ୟୟ ଅନୁମୋଦିତ ହୋଇଛି। କଟକ, ଢେଙ୍କାନାଳ, ବ୍ରହ୍ମପୁର, ଝାରସୁଗୁଡ଼ା, ଭବାନୀପାଟଣା, କେନ୍ଦ୍ରାପଡା, ବଲାଙ୍ଗୀର ଓ ଖୋର୍ଦ୍ଧା ଭଳି ସ୍ଥାନରେ ବାଇପାସ ନିର୍ମାଣ ଚାଲୁ ଅଛି। ଏହି ପଦକ୍ଷେପ ସହିତ ରାଜ୍ୟର ଗତିଶୀଳତା ବୃଦ୍ଧି, ସଂଯୋଗ ବଢ଼ିବା ଏବଂ ବାଣିଜ୍ୟିକ ଓ ପର୍ଯ୍ୟଟନ ମୁଖ୍ୟ ଅଞ୍ଚଳକୁ ସୁଗମ ପଥ ମିଳିବ।