ୟୁପିଆଇ ଟ୍ରାଞ୍ଜାକ୍ସନ ଲିମିଟରେ ବଡ଼ ପରିବର୍ତ୍ତନ

ଭୁବନେଶ୍ୱର,ଆପଣ ୟୁପିଆଇ ମାଧ୍ୟମରେ ବୀମା, ନିବେଶ ବା ଅନଲାଇନ ସପିଂ ଭଳି ବଡ଼ ପେମେଣ୍ଟ କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏହା ଜରୁରୀ ଅପଡେଟ୍। ସେପ୍ଟେମ୍ବର୧୫ ତାରିଖରୁ ୟୁପିଆଇ ଟ୍ରାଞ୍ଜାକ୍ସନ ଲିମିଟରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଏହି ନିଷ୍ପତ୍ତି NPCI ନେଇଛି। ଏହା ଦ୍ୱାରା ଆମାଉଣ୍ଟର ଡିଜିଟାଲ କାରବାରକୁ ଆହୁରି ସହଜ ଏବଂ ସୁରକ୍ଷିତ କରାଯାଉ।
ଏପର୍ଯ୍ୟନ୍ତ ସାଧାରଣ ୟୁପିଆଇର ଟ୍ରାଞ୍ଜାକ୍ସନ ସୀମା ୧ ଲକ୍ଷ ଟଙ୍କା ଥିଲା। ହେଲେ ପୂର୍ବରୁ ଏହି ସୀମା ବହୁତ କମ୍ ଥିଲା। ଏଥିରେ ୟୁଜର୍ସ ଅସୁବିଧା ଭୋଗୁଥିଲେ। ଏନପିସିଆଇ ଏହାକୁ ଦୃଷ୍ଟିରେ ରଖି ୧୨+ କାଟାଗୋରୀରେ କାରବାରର ସୀମାକୁ ବଢାଇ ୫ ଲକ୍ଷ ଟଙ୍କା କରିଦେଇଛି। ଏଥିସହ କିଛି କାଟାଗୋରୀରେ ଦୈନିକ ସମୁଦାୟ ଲିମିଟ ମଧ୍ୟ ବଢାଯାଇଛି।
ଏହି ପରିବର୍ତ୍ତନର ସିଧାସଳଖ ଫାଇଦା ସେହିମାନଙ୍କୁ ମିଳିବ, ଯେଉଁମାନେ ବୀମା ପ୍ରିମିୟମ ଭରୁଛନ୍ତି, ସେୟାର ବଜାରରେ ନିବେଶ କରୁଛନ୍ତି, କ୍ରେଡିଟକାର୍ଡ ବିଲ୍ ଭରୁଛନ୍ତି, ସରକାରୀ ପ୍ଲାଟଫର୍ମରୁ କିଣାକିଣି କରୁଛନ୍ତି ନଚେତ ଟ୍ରାଭେଲ ଏବଂ ବିଜନେସ୍ ସହ ଜଡ଼ିତ ଟ୍ରାଞ୍ଜାକ୍ସନ କରୁଛନ୍ତି।
ଉପଭୋକ୍ତାଙ୍କୁ ସୁବିଧା ମିଳିବା ସହ ବିଜନେସ୍ ପାଇଁ ମଧ୍ୟ ଲାଭଦାୟକ ହେବ।