ଓଡ଼ିଶାଶିକ୍ଷାସ୍ୱାସ୍ଥ୍ୟ

ଚିକିତ୍ସା ବିଜ୍ଞାନର ବଡ ସଫଳତା।

 ଭୁବନେଶ୍ୱର ,ବ୍ରହ୍ମପୁର ଏମ୍‌କେସିଜି ମେଡିକାଲର ନ୍ୟୁରୋ ସର୍ଜରୀ ବିଭାଗର ଡାକ୍ତରଙ୍କ ଆପ୍ରାଣ ଉଦ୍ୟମରୁ ନୂଆ ଜୀବନ ପାଇଛନ୍ତି ରାୟଗଡ଼ା ଅଂଚଳର ବଇଦ ନାୟକ।ସେ ଦୀର୍ଘ ୪ମାସ ହେଲା ଅକଥନୀୟ ଯନ୍ତ୍ରଣା ଭୋଗୁଥିଲେ। ପାଦ ଝିମା ମାରୁଥିଲା ଆଉ ଧୀରେ ଧୀରେ ଅଣ୍ଟାରୁ ଶରୀର ଅଚଳ ହୋଇଗଲା। ଭାବୁଥିଲେ ଜୀବନରେ ଆଉ କେବେ ଚାଲିପାରିବେ ନାହିଁ। ଠିକ୍ ଏହି ସମୟରେ ଡାକ୍ତର ରୂପେ ମିଳିଗଲେ ଭଗବାନ। ମିଳିଗଲା ନୂଆ ଜୀବନ। ପ୍ରଥମେ ଗାଁରେ ଚେରମୂଳି ଖାଇବା ସହ ଲୋକାଲ ଡାକ୍ତରକୁ ଦେଖାଇଥିଲେ, ହେଲେ କିଛି ଫାଇଦା ମିଳି ନଥିଲା।

ପରେ କୋରାପୁଟ୍‌ ମେଡିକାଲ କଲେଜରେ ଦେଖାଇବାରୁ ସେମାନେ କଟକ ନେବାକୁ କହିଥିଲେ। ଅର୍ଥ ଅଭାବରୁ ସେ ବ୍ରହ୍ମପୁର ଆସିଥିଲେ ଆଉ ସେଠାରେ ନ୍ୟୁରୋ ସର୍ଜରୀ ବିଭାଗର ଡାକ୍ତର ପ୍ରଫେସର ରବି ନାରାୟଣ ପଣ୍ଡାଙ୍କ ସହ ପରାମର୍ଶ କରିଥିଲେ। ଡକ୍ଟର ପଣ୍ଡା ଅପରେସନ୍‌ ହେବ କହିବା ପରେ ଭୟଭୀତ ହୋଇଯାଇଥିଲେ ପରିବାର। ହେଲେ ପ୍ରଫେସର ପଣ୍ଡାଙ୍କ ଆଶ୍ୱାସନା ଓ ସହାୟତା ପରେ ଆରମ୍ଭ ହୋଇଥିଲା ଅପରେସନ୍‌ ଆଉ ଦୁଇ ଦିନ ପରେ ହୋଇଯାଇଥିଲା ସବୁ ଠିକ୍।
ଚିକିତ୍ସା ବେଳେ ଜଣାପଡିଥିଲା ଯେ ଏହା ଏକ ବିରଳ ରୋଗ।

ମେରୁଦଣ୍ଡରେ ଏକ ଟ୍ୟୁମର ହୋଇ ସାରା ଶରୀରକୁ ଆକ୍ରାନ୍ତ କରିବାକୁ ଯାଉଥିଲା। ଏହା ଧୀରେ ଧୀରେ ଅଣ୍ଟା ଠାରୁ ଗୋଡ଼ ପର୍ଯ୍ୟନ୍ତ ଅଙ୍ଗକୁ ଅଚଳ କରି ଦେଇଥିଲା। ତେବେ ଅପରେସନ୍‌ ପରେ ଏକ ଟ୍ୟୁମର ବାହାର କରି ପରୀକ୍ଷା ପାଇଁ ପଠାଯାଇଛି। ଏଭଳି ଘଟଣା ଖୁବ୍ କମ୍‌ ରୋଗୀଙ୍କ ମଧ୍ୟ ଦେଖାଦେଇଥାଏ ବୋଲି ଡାକ୍ତର କହିଇଛନ୍ତି।
ଏଭଳି ଏକ ବିରଳ ଅପରେସନ କରି ପ୍ରଫେସର ପଣ୍ଡା ପ୍ରମାଣ କରିଦେଇଛନ୍ତି ଯେ ଓଡ଼ିଶାରେ ମଧ୍ୟ ଡାକ୍ତରୀ ପ୍ରତିଭା କମ୍ ନାହିଁ। ବଇଦ ନାୟକ ଏବେ ସୁସ୍ଥ ଅଛନ୍ତି ଆଉ ଆଗକୁ ଅଧିକ କ୍ରିୟାଶୀଳ ହେବେ ବୋଲି କୁହାଯାଉଛି।

Related Articles

Back to top button