କ୍ରୀଡ଼ାଜାତୀୟ

ଭାରତ ପକ୍ଷରୁ ୩୩୦ ରନର ଟାର୍ଗେଟ ଦିଆଯାଇଥିଲା

 ଭୁବନେଶ୍ୱର,  ଗତକାଲି ଭାରତ ଓ ଅଷ୍ଟ୍ରେଲିଆ ମହିଳା ଦଳ ମଧ୍ୟରେ ଦିନିକିଆ ମ୍ୟାଚ ଖେଳାଯାଇଥିଲା । ପ୍ରଥମେ ବିପକ୍ଷ ଦଳ ଟସ ଜିତି ବୋଲିଙ୍ଗ କରିବାର ନିଷ୍ପତ୍ତି ନେଇଥିଲେ । ଅଷ୍ଟେରଲିଆର ଘାତକ ବୋଲିଙ୍ଗ ପରେ ମଧ୍ୟ ଭାରତୀୟ ଖେଳାଲି, ଦମଦାର ପ୍ରଦଶନ କରିଥିଲେ ।ଗତକାଲିର ମ୍ୟାଚରେ ଭାରତ ପକ୍ଷରୁ ୩୩୦ ରନର ଟାର୍ଗେଟ ଦିଆଯାଇଥିଲା ।

ମାତ୍ର ଏହା ପରେ ବି ହାରିଥିଲେ ଭାରତୀୟ ମହିଳା ଦଳ ।ତେବେ ମହିଳା କଙ୍ଗାରୁ ଟିମ ଗୋଟିଏ ଓଭର ବଳକା ଥାଇ ଏହି ଟାର୍ଗେଟ ହାସଲ କରିନେଇଥିଲେ । ଏତେ ଲମ୍ବା ସ୍କୋର ପରେ ବି ଭାରତ ହାରିବା ନେଇ ଅନେକ କଥା ଆଲୋଚନା କରାଯାଉଛି ।

କିଛି ଖେଳାଳି ପ୍ରଶଂସକ କହିଛନ୍ତି କି ବ୍ୟାଟ୍ସମ୍ୟାନ ତାଙ୍କ କାମ କରିଥିଲେ ମାତ୍ର ବୋଲିଙ୍ଗ ଆଉ ଟିକିଏ ଭଲ ହୋଇଥିଲେ ହୁଏତ କଙ୍ଗାରୁ ଟିମକୁ ଲମ୍ବା ସ୍କୋର କରିବାରୁ ଅଟକାଇ ଯାଇ ପାରିଥାନ୍ତା ।ଦଳ ତରଫରୁ ସ୍ମୃତି ମନ୍ଧନା ୮୦ , ପ୍ରତିକା ରାଓଲ ୭୫ ଓ ହରଲିନ ଦେଓଲ ୩୮ ରନ କରିଥିଲେ । ପରେ ଭାରତ ୩୩୦ ରନର ଟାର୍ଗେଟ ନେଇଥିଲା । ମାତ୍ର ଏତେ ଲମ୍ବା ସ୍କୋର ସତ୍ତ୍ୱେ କଙ୍ଗାରୁ ମହିଳା ଟିମ ଗୋଟିଏ ଓଭଲ ବଳକା ତାଇ ଧାର୍ଯ୍ୟ ରନ ହାସଲ କରିନେଇଥିଲେ ।

କଙ୍ଗାରୁ ଟିମର ମୋଟ ୩ଟି ୱିକେଟ ଯାଇଥିଲା । ତେବେ ଏହା ପରେ ଅନେକ ବିଶେଷଜ୍ଞ ବୋଲିଙ୍ଗର ଖରାପ ପ୍ରଦର୍ଶନ ପାଇଁ ଏହା ହୋଇ ଥିବାରୁ କହିଥିଲେ । ମାତ୍ର କ୍ୟାପଟେନ ହରମିନ ପ୍ରୀତ କର କହିଥିଲେ କି ଏଥିପାଇଁ କେବଳ ବୋଲର ନୁହେଁ ବ୍ୟାଟ୍ସମ୍ୟାନ ମଧ୍ୟ ଦାୟୀ ।ଶେଷ ୬ ଓଭରରେ ଭାରତୀୟ ଖେଳାଳି ମାନେ ଟିକିଏ ସ୍ଲୋ ଖୋଲିଥିଲେ ।

ଯଦି ଶେଷ ଓଭର ଗୁଡିକରେ ଆଉ ୩୦ ରୁ ୪୦ ରନ ଅଧିକ ହୋଇଥାନ୍ତା ତେବେ ଏତିରେ ସହଜରେ ବିଜୟ ହୋଇପାରିଥାନ୍ତା । ସୂଚନାଯୋଗ୍ୟ ଯେ ଗତକାଲିର ମ୍ୟାଚରେ ଭାରତ ତରଫରୁ ଶ୍ରୀ ଚରଣୀ କେବଳ ୩ ୱିକେଟ ନେବାରେ ସଫଳ ହୋଇଥିଲେ ।

Related Articles

Back to top button