ଅନ୍ତର୍ଜାତୀୟଅନ୍ୟାନ୍ୟ

ହଠାତ ହେଲା ଦମଦାର ବିସ୍ଫୋରଣ ।

ଭୁବନେଶ୍ୱର,ହଠାତ ହେଲା ଦମଦାର ବିସ୍ଫୋରଣ । ଆବାଜ ଶୁଣି ଛାନିଆ ହୋଇଗଲେ ଲୋକ । ରାସ୍ତା ପୁରା ଧୁଆଁମୟ ହୋଇଗଲା ।

ହଠାତ ଜାମ୍ମୁ-ଶ୍ରୀନଗର ଜାତୀୟ ରାଜପଥ ଉପରେ ବିସ୍ଫୋରଣ ହୋଇଥିଲା । ଏହାର ଶବ୍ଦ ଚାରି ଆଡକୁ ପ୍ରକମ୍ପିକ କରିଥିଲା । ତେବେ ଏଠାରେ କେଉଁ କାରଣରୁ ବିସ୍ଫୋରଣ ହୋଇଥିଲା ତାହା ନ ଜାଣି ଲୋକ ଭୟଭୀତ ହୋଇଯାଇଥିଲେ ।

ସୂଚନାଯୋଗ୍ୟ ଯେ ଜାମ୍ମୁ-ଶ୍ରୀନଗର ଜାତୀୟ ରାଜପଥ-୪୪ ଉପରେ ଅନେକ ଗୁଡିଏ ବଡ ବଡ ପଥର ପଡି ରହିଥିଲା ।

ଫଳରେ ରାସ୍ତାରେ ଯିବା ଆସିବା ପାଇଁ ଅସବୁଧାର ସାମ୍ନା କରୁଥିଲେ ଜନସାଧାରଣ ।ଏହାକୁ ସଫା କରିବା ପାଇଁ ଏପରି ପଦକ୍ଷେପ ନେଇଥିଲେ ସରକାର ।ରାସ୍ତା ଅବରୋଧ କରୁଥିବାବ ବଡ ବଡ ପଥରଗୁଡିକୁ ସଫା କରିବା ଲକ୍ଷ୍ୟରେ କତ୍ତ୍‌ର୍ପକ୍ଷ  ନିୟନ୍ତ୍ରିତ ବିସ୍ଫୋରଣ କରିଥିଲେ ।ପରେ ଜେସିବି ଯୋଗେ ରାସ୍ତାକୁ ସଫା କରାଯାଇଥିଲା । ତେବେ ଏହାରି ମଧ୍ୟରେ ଏହାର ଆଖପାଖ ଅଁଚଳ ବିସ୍ଫୋରଣ ପ୍ରଭାବରେ ଧୁଆଁମୟ ହୋଇଯାଇଥିଲା । ଅନେକ ଲୋକଙ୍କ ଭିତରେ ଏନେଇ ଆତଙ୍କ ଖେଳି ଯାଇଥିଲା ।ଏନେଇ ପରେ ଜନସାଧାରଣଙ୍କୁ ମଧ୍ୟ ଜଣାଇ ଦିଆଯାଇଥିଲା କି ଏହି ପଥରଗୁଡିକ ଅତ୍ୟନ୍ତ ବଡ ଥିବାରୁ ଏଗୁଡିକ ହଟାଇବାରେ ଅସୁବିଧା ହୋଇଥିଲା ।ଏଣୁ ନିୟନ୍ତ୍ରିତ ବିସ୍ଫୋରକ ବ୍ୟବହାର କରାଯାଉଥିଲା ।

ତେବେ ଏଠାରେ ଅନେକ ସମୟରେ ଆତଙ୍କୀକ ଗତିବିଧି ଦେଖାଯାଉଥିବାରୁ ଏଭଳି ଦୃଶ୍ୟ ପ୍ରଥମେ ଲୋକଙ୍କ ମନରେ ଛନକା ସୃଷ୍ଟି କରିଥିଲା ।

Related Articles

Back to top button